www.samajalive.in
Monday, December 15, 2025
17.1 C
Bhubaneswar

ପୃଥକ ଅପରାଧିକ ମାମଲାରେ ୨ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ୨ଟି ପୃଥକ୍ ଅପରାଧିକ ମାମଲାରେ ୨ଜଣଙ୍କୁ ଗିରଫ କରିଛି । ଗୋଟିଏ ଘଟଣାରେ ଜଣେ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଚୌଦ୍ୱାର ମଙ୍ଗଳାସାହିର ସଂଜୟ ବେହେରା(୩୫) । ପୀଡ଼ିତାର ପରିବାର ତରଫରୁ ଥାନାରେ କରାଯାଇଥିବା ଅଭିଯୋଗ ସୁତ୍ରରୁ ପ୍ରକାଶଯେ ପୀଡ଼ିତା ଜଣକ ଏକ ଦୋକାନରେ ସଉଦା କିଣୁଥିବା ବେଳେ ଅଭିଯୁକ୍ତ ସଂଜୟ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଜଣକୁ ଟଣା ଓଟରା କରିବା ସହିତ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେ ସେଠାରୁ ଚାଲି ଯାଇଥିଲା। ଅନ୍ୟ ଏକ ଘଟଣାରେ ୧୭ ନମ୍ବର ୱାର୍ଡ଼ ନୂଆସାହି ଗ୍ରାମରେ ପୁଲିସ ଚଢ଼ଉ କରି ୭୦ବୋତଲ ବିଦେଶୀ ମଦ ଜବତ କରିବା ସହିତ ମଦ ବ୍ୟବସାୟୀ ସେହି ଗ୍ରାମର ପୁରୁଷୋତ୍ତମ ଦତ୍ତ(୩୨)କୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories