www.samajalive.in
Sunday, December 14, 2025
23.1 C
Bhubaneswar

ଜାମ୍ମୁ-କାଶ୍ମୀରର ପୁଞ୍ଛରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ

ସାକ୍ଷୀଗୋପାଳ : ଜାମ୍ମୁ-କାଶ୍ମୀରର ପୁଞ୍ଛରେ ସେନା ଗାଡ଼ିରେ ନିଆଁ ଲାଗି ୫ ଯବାନ ଶହୀଦ ହୋଇଛନ୍ତି । ଏହି  ଘଟଣାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଥିବା ଜଣାପଡିଛି । ଶହୀଦ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ ଓ ତାଙ୍କ ଘର ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହି ବୋଲି ସୂଚନା ମିଳିଛି।

ତାଙ୍କ ବାପାଙ୍କ ନାମ ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳ । ଶହୀଦ ଦେବାଶିଷ ବିଶ୍ୱାଳଙ୍କ ଧର୍ମପତ୍ନୀଙ୍କ ନାମ ସୁଶ୍ରୀ ସଂଗୀତା ବିଶ୍ୱାଳ। ତାଙ୍କର ଏକ ଏକ ୫ ମାସର ଶିଶୁ କନ୍ୟା ଅଛି ଓ ତା’ର ନାମ ଦେବସ୍ମିତା ବିଶ୍ୱାଳ ବୋଲି ଜଣାପଡିଛି । ସେନାବାହିନୀରୁ  ତାଙ୍କ ଘରକୁ ଖବର ମିଳିବା ପରେ ଖଣ୍ଡାୟତ ସାହିରେ ଆଜି ରାତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର କନ୍ୟା ଜନ୍ମ ହେଵାପରେ ସେ ଗତ ଜାନୁୟାରୀ ମାସରେ ଗାଁକୁ ଆସିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories