ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞପିତ ଅଞ୍ଚଳ ପରିଷଦ ୧୧ ନଂ ୱାର୍ଡର କାଉନସିଲର ଅନୁଶୟା ବିଶ୍ଵାଳ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
କାଉନସିଲର ଶିବାନନ୍ଦ ତ୍ରିପାଠୀ ଓ ପ୍ରମିଳା ପ୍ରଧାନ ଅନୁଶୟା ବିଶ୍ଵାଳଙ୍କୁ ଉପାଧ୍ୟକ୍ଷା ପଦବୀ ପାଇଁ ପ୍ରସ୍ତାବ ଦେଇଥିଲେ। ଫଳରେ ଶ୍ରୀମତୀ ବିଶ୍ଵାଳ ନିର୍ଦ୍ଵନ୍ଦରେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପ ଜିଲ୍ଲାପାଳ ଲଲାଟ ଲୁହା ଶ୍ରୀମତୀ ବିଶ୍ଵାଳଙ୍କୁ ପରିଷଦର ଉପାଧ୍ୟକ୍ଷ ଭାବରେ ଘୋଷଣା କରିଥିଲେ।ଏହି ଅବସରରେ ଅଧ୍ୟକ୍ଷ ବନମାଳୀ ବରିହା, ସମସ୍ତ କାଉନସିଲର ନବ ନିର୍ବାଚିତ ଉପାଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେଡ଼ି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ବିଧ୍ୟାୟିକା ପ୍ରତିନିଧି ଟଙ୍କଧର ଦାଶ ସ୍ଵାଗତ ଜଣାଇଥିଲେ ।



