www.samajalive.in
Monday, December 15, 2025
14.1 C
Bhubaneswar

+୨ରେ ୧ ଲକ୍ଷରୁ ସିଟ୍ ବଳକା, ଆଜିଠୁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷ ଲାଗି +୨ ବଳକା ସିଟରେ ନାମଲେଖା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୨୦୬୬ଟି ଜୁନିୟର କଲେଜ ରହିଛି। ସିଟ୍ ଖାଲି ପଡ଼ିଥିବାରୁ ପୁଣିଥରେ ନାମଲେଖା ପାଇଁ ନିଷ୍ପତ୍ତି ନିଆଯାଇଛି।

ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଆଜି ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଫର୍ମ ଉପଲବ୍ଧ ହେବ। ଅନଲାଇନରେ ଆବେଦନର ଶେଷ ତାରିଖ ନଭେମ୍ବର ୧୫ ଧାର୍ଯ୍ୟ ହୋଇଛି। ୧୮ରେ ମେଧା ତାଲିକା ପ୍ରକାଶ ପାଇବ। ୧୮ତାରିଖ ଦିନ ୨ଟାରୁ ନାମଲେଖା ଆରମ୍ଭ ହୋଇ ୨୧ତାରିଖ ଅପରାହ୍ଣ ୩ଟାରେ ଶେଷ ହେବ। ସେହିପରି ୱେଟିଂ ନାମ ପଞ୍ଜିକରଣ ପ୍ରକ୍ରିୟା ୨୧ତାରିଖ ଅପରାହ୍ଣ ୩ଟା୩୦ରୁ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ଯେଉଁ ଛାତ୍ରଛାତ୍ରୀ ୱେଟିଂ ତାଲିକାରେ ରହିବେ ସେମାନଙ୍କ ଲାଗି ନାମଲେଖା ପ୍ରକ୍ରିୟା ନଭେମ୍ବର ୨୩ ଏବଂ ୨୪ ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

- Advertisement -

ସୂଚନା ଅନୁଯାୟୀ, ୨ୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ମୋଟ ୫ ଲକ୍ଷ ୯ ହଜାର ୧୩୦ଟି ଆସନ ମଧ୍ୟରୁ ୪ ଲକ୍ଷ ୨ ହଜାର ୭୩୧ଟି ଆସନ ପୂରଣ ହୋଇଥିବା ବେଳେ ୧ ଲକ୍ଷ ୬ ହଜାର ୩୯୯ଟି ବଳକା ଆସନ ରହିଛି। ଯୁକ୍ତ ୨ କଳାରେ ୨ ଲକ୍ଷ ୭୭ ହଜାର ୩୭୮ଟି ଆସନ ମଧ୍ୟରୁ ୨୯ ହଜାର ୧୪୭ଟି ବଳକା ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୨ ହଜାର ୮୫୬ଟି ଆସନ ମଧ୍ୟରୁ ୪୯ ହଜାର ୮୧୧ଟି, ବାଣିଜ୍ୟରେ ୪୫ ହଜାର ୩୩୨ଟି ଆସନ ମଧ୍ୟରୁ ୧୮ ହଜାର ୩୭୭ଟି, ସଂସ୍କୃତ ଉପଶାସ୍ତ୍ରୀରେ ୧୩ ହଜାର ୩୩୨ଟି ଆସନ ମଧ୍ୟରୁ ୪ ହଜାର ୫୫୬ଟି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୧୦ ହଜାର ୨୩୨ଟି ଆସନ ମଧ୍ୟରୁ ୪ ହଜାର ୫୦୮ଟି ଆସନ ବଳକା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories