+୨ ପ୍ରଥମ ପର୍ଯ୍ୟାୟ ନାମଲେଖା ; ପ୍ରଥମ ଦିନରେ ୫୭ହଜାର

0

ଭୁବନେଶ୍ୱର : ରାଜ୍ୟରେ ଥିବା ୨୦୦୧ ଜୁନିଅର କଲେଜରେ ସୋମବାରଠାରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ନାମଲେଖାର ପ୍ରଥମ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ପ୍ରାୟ ୫୭ହଜାର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୮-୧୯ ଶିକ୍ଷାବର୍ଷରେ ୩,୭୬,୪୧୦ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେଥିରୁ ୩,୪୧,୯୨୭ ଜଣଙ୍କୁ ମନୋନୀତ କରାଯାଇଛି। କଳାରେ ୨,୧୮,୪୨୫ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିବା ବେଳେ ବିଜ୍ଞାନରେ ୮୭,୧୧୧, ବାଣିଜ୍ୟରେ ୨୨,୬୯୦, ସଂସ୍କୃତରେ ୮୦୩୬ ଓ ଧନ୍ଦାମୂଳକ ଶିକ୍ଷା ଲାଗି ୫୬୬୫ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରୁ ୧,୭୨, ୬୫୦ଜଣ ଛାତ୍ର ଥିବାବେଳେ ୧,୬୯,୨୭୫ଜଣ ଛାତ୍ରୀ ଏବଂ ଦୁଇଜଣ କିନ୍ନର ରହିଛନ୍ତି। ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ୩, ୮୨, ୨୯୦ଜଣଙ୍କ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଅନୁଯାୟୀ ଛାତ୍ରଛାତ୍ରୀମାନେ ଜୁଲାଇ ୫ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଜୁଲାଇ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ଏବଂ ତାଲିକାଭୁକ୍ତ ଛାତ୍ରଛାତ୍ରୀମାନେ ୧୧ରୁ ୧୨ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟର ତାଲିକା ୧୩ ତାରିଖରେ ପ୍ରକାଶ ପାଇବ। ଖାଲି ସିଟ୍ ପୂରଣ ଲାଗି ଜୁଲାଇ ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ସ୍ପଟ୍ ଆଡମିଶନ କରାଯିବ ବୋଲି ଜଣାପଡିଛି।

kalyan agarbati
Leave A Reply