www.samajalive.in
Sunday, December 7, 2025
14.1 C
Bhubaneswar

ଅଢ଼େଇ ବର୍ଷ ବାଳକର କମାଲ : ୨୩ ସେକେଣ୍ଡରେ କହୁଛନ୍ତି ୨୮ ରାଜଧାନୀର ନାଁ

ଯାଜପୁରସଦର  : ବୟସ ମାତ୍ର ଅଢ଼େଇ ବର୍ଷ। ନାମ ଡି.ଏନ୍ କ୍ରିଷ୍ଣା ଦେବାଶିଷ। ଖୁବ୍ ଛୋଟ ପିଲାଟିଏ ହୋଇଥିଲେ ମଧ୍ୟ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ। ୨୩ ସେକେଣ୍ଡରେ ୨୮ଟି ରାଜ୍ୟ ଓ ଏହାର ରାଜଧାନୀର ନାମ କହି ପାରୁଛନ୍ତି। ଖାଲି ଏତିକି ନୁହେଁ, ଏଇ ଅଢ଼େଇ ବର୍ଷରୁ ସେ ୪ଟି ଭାଷାରେ ସ୍ପଷ୍ଟ ଭାବେ (ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ) କହିପାରୁଛନ୍ତି।
ସୂଚନା ମୁତାବକ ଯାଜପୁର ଜିଲା ରସୁଲପୁର ବ୍ଲକର ସିଂହପୁର ପଞ୍ଚାୟତର ବାମଦେଈପୁର ଗଁାର ଧର୍ମକାନ୍ତ ରାଉତ ଓ ମିତା ପାଲଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଡି.ଏନ୍‌ କ୍ରିଷ୍ଣା। ବାପା ଧର୍ମକାନ୍ତ ଉତ୍ତରାଖଣ୍ଡର ସେନାବାହିନୀରେ କାର୍ଯ୍ୟରତ। ପରିବାର ଲୋକଙ୍କ ସହିତ କ୍ରିଷ୍ଣା ଏବେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ରହୁଛନ୍ତି। ଗିନିଜ୍ ବୁକ୍‌ ଅଫ ରେକର୍ଡ଼ ପାଇଁ ପ୍ରସ୍ତୁତ ହେଉଥିବା ତାଙ୍କ ମା’ ମିତା ପାଲ କହିଛନ୍ତି।
ଏଇ ନିକଟରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସେ ମାତ୍ର ୨୩ ସେକେଣ୍ଡରେ ୨୮ଟି ରାଜ୍ୟର ନାମ ନିର୍ଭୁଲ ଭାବେ କହି ବିଚାରକମଣ୍ଡଳୀଙ୍କୁ ଚକିତ କରିଦେଇଥିଲେ। ଏହି ପ୍ରତିଯୋଗିତାରୁ ସେ ପଦକ ଓ ମାନପତ୍ର ପାଇଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories