www.samajalive.in
Sunday, December 7, 2025
26.1 C
Bhubaneswar

ଆଣ୍ଟାର୍କଟିକାରେ ପ୍ରଥମ ଥର ଅବତରଣ କଲା ବାଣିଜ୍ୟିକ ବିମାନ

କେପଟାଉନ: ବରଫାବୃତ ଆଣ୍ଟାର୍କଟିକାରେ ଏକ ବାଣିଜ୍ୟିକ ବିମାନ ପ୍ରଥମ ଥର ପାଇଁ ଅବତରଣ କରିଛି । ପାଇଲଟର କାର୍ଲୋସ ମିରପୁରି ଏବଂ ତାଙ୍କର ଅନ୍ୟ ସହ କର୍ମଚାରୀଗଣ କେପଟାଉନରୁ ୪୫୦୬ କିଲୋମିଟର ଯାତ୍ରା କରିବାର ପ୍ରାୟ ୫ ଘଣ୍ଟା ପରେ ଆଣ୍ଟାର୍କଟିକାରେ ଅବତରଣ କରିଥିଲେ । ହାଇ ଫ୍ଲାଇ ବିମାନ ଚଳାଚଳ ସଂସ୍ଥା ବିମାନ ପରିଚାଳନା ସହିତ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ସ ଏବଂ ବୀମା ଆଦି ପରିଚାଳନା କରୁଥିବା ଜଣାଯାଇଛି । ଆଣ୍ଟାର୍କଟିକା ଯିବା ପୂର୍ବରୁ ପାଇଲଟ ଓ ଅନ୍ୟ କର୍ମଚାରୀମାନେ ଦୀର୍ଘମାସ ଧରି ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ । ପାଇଲଟ ମିରପୁର କହିଛନ୍ତି, ଆଣ୍ଟାର୍କଟିକା ଅଭିଯାନ ସେମାନଙ୍କ ମନରେ ଯଥେଷ୍ଟ ଉତ୍କଣ୍ଠା ସୃଷ୍ଟି କରିଥିଲା, ଯେଉଁଥିପାଇଁ ସେମାନେ ନିଜକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରସ୍ତୁତ କରିଥିଲେ । ତେବେ ଆଣ୍ଟାର୍କଟିକାର ବରଫ ଉପରେ ଅବତରଣ କରିବା ଆଦୌ ସହଜ ନଥିଲା । ବିମାନ ଅବତରଣ ପୂର୍ବରୁ ସେଠାରେ ଅସ୍ଥାୟୀ ଭାବରେ ଏକ ରନେଓ ନିର୍ମାଣ କରାଯାଇଥିଲା । ସେଠାରେ ବିମାନକୁ ଅତ୍ୟନ୍ତ ଯତ୍ନର ସହିତ ଅବତରଣ କରିବାକୁ ପଡିଥିଲା । ପ୍ରଥମ ଥର ଅବତରଣ ପରେ ଏଣିକି ସେଠାକୁ ଛୋଟ ଛୋଟ ଗୋଷ୍ଠୀରେ ପର୍ଯ୍ୟଟକଙ୍କୁ ପରିବହନ କରିବା ସମ୍ଭବ ହୋଇପାରିବ ବୋଲି କୁହାଯାଉଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories