www.samajalive.in
Sunday, December 7, 2025
26.1 C
Bhubaneswar

ଆଶ୍ରୟସ୍ଥଳୀ ପରିଚାଳନାରେ ଶତ୍ରୁଶୋଲକୁ ରାଜ୍ୟ ସ୍ତରରେ ପ୍ରଥମ ପୁରସ୍କାର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁଶୋଲ ଗ୍ରାମରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କ୍ଷେତ୍ରରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି। ଫଳରେ ଗ୍ରାମର ପରିଚାଳନା କମିଟିକୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
ଶନିବାର ଦିନ ଅନୁଷ୍ଠିତ ସମାରୋହରେ ଶତ୍ରୁଶୋଲ ଆଶ୍ରୟସ୍ଥଳୀ ପରିଚାଳନା କମିଟିକୁ ପ୍ରଥମ ପୁରସ୍କାର ସ୍ୱରୂପ ମାନପତ୍ର ଓ ୧୦ହଜାର ଟଙ୍କା ଅର୍ଥରାଶିର ଚେକ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା କମିଟି ସଦସ୍ୟ ସୁରଥ ପାହାନ, ପରିଚାଳନା ସଦସ୍ୟ ତଥା ଗ୍ରାମ୍ୟ ସଭାପତି ଆର୍ତ୍ତତ୍ରାଣ ପଲାଇ, ପରିଚାଳନା ସଭ୍ୟ ତଥା ୱାର୍ଡ଼ ସଭ୍ୟ ଅଜୟ କୁମାର ପଲାଇ, ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ବେହେରା ପ୍ରମୁଖ ପ୍ରଥମ ପୁରସ୍କାର ଗ୍ରହଣ କରିଥିଲେ।
ପୁରସ୍କାର ଗ୍ରହଣ କରିବା ପରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶତ୍ରୁଶୋଲ ପରିଚାଳନା କମିଟିକୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ବିଭିନ୍ନ ମହଲରୁ କମିଟିକୁ ଶୁଭେଚ୍ଛ ଜ୍ଞାପନ କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories