www.samajalive.in
Sunday, December 7, 2025
26.1 C
Bhubaneswar

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ – ଭୋଟରଙ୍କ ଉତ୍ସାହ ଦେଖିବା ଭଳି

ଡେସ୍କ: ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଆଜି ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଉତ୍ତର-ପୂର୍ବରାଜ୍ୟ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ୧୦୨ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହେଉଛି। ଅପରାହ୍ନ ୧ଟା ସୁଦ୍ଧା ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଯଥେଷ୍ଟ ମତଦାନ ହୋଇଥିବା ଜଣାପଡିଛି।

ପ୍ରଥମ ପର୍ଯ୍ୟାୟରେ ସମସ୍ତ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ଆଜି ସକାଳ ୭ଟାରେ ୧୦୨ଟି ଲୋକସଭା ଆସନରେ ଏକାସାଙ୍ଗରେ ମତଦାନ ଆରମ୍ଭ ହୋଇଥିବା ବେଳେ ମତଦାନର ସୁଯୋଗକୁ ଅପେକ୍ଷା କରି ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଭୋଟରମାନେ ମତଦାନ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଗତ ଦୁଇ ବର୍ଷର ପ୍ରସ୍ତୁତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଓ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା।

- Advertisement -

ଗଣତନ୍ତ୍ରର ଏହି ପ୍ରକ୍ରିୟାରେ ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କ, ଦମ୍ପତି, ଆଦିବାସୀ, ଦିବ୍ୟାଙ୍ଗ ଓ ନବଦମ୍ପତିଙ୍କ ପର୍ଯ୍ୟନ୍ତ ସବୁ ବୟସର ଭୋଟର ସାମିଲ ହୋଇଛନ୍ତି। ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ମତଦାନ ଅନୁଷ୍ଠିତ ହୋଇଛି।

ସୂଚନା ଅନୁଯାୟୀ, ଅରୁଣାଚଳପ୍ରଦେଶର କୁରୁଙ୍ଗ କୁମେ ଜିଲ୍ଲାରେ ଜଣେ ବୟସ୍କ ଭୋଟର ଘରେ ବସି ଭୋଟ୍ ଦେବାର ବିକଳ୍ପ ଥାଇ ମଧ୍ୟ ମତଦାନ କେନ୍ଦ୍ରକୁ ଯିବାକୁ ପସନ୍ଦ କରିଥିଲେ। ଅନ୍ୟପଟେ ମଧ୍ୟପ୍ରଦେଶର ଡିଣ୍ଡୋରିରେ ପାରମ୍ପରିକ ପୋଷାକ ପିନ୍ଧି ପ୍ରଥମ ଥର ପାଇଁ ଭୋଟର ହୋଇଥିବା ଶ୍ରୀମତୀ ଦେବକୀ ଗର୍ବର ସହ ନିଜ ଆଙ୍ଗୁଠିରେ ପୋଜ୍ ଦେଇ ଖୁସି ବ୍ୟକ୍ତ କରିଛନ୍ତି। ଉତ୍ସବର ବାତାବରଣକୁ ଆହୁରି ବଢ଼ାଇ ଦେଇ ନବବିବାହିତ ଭୋଟରମାନେ ମଧ୍ୟ ସୋସିଆଲ ମିଡିଆରେ ନିଜ ଆଙ୍ଗୁଠିରେ ସେଲ୍ଫି ପୋଷ୍ଟ କରିଛନ୍ତି।

ଆଜି ମତଦାନ କେନ୍ଦ୍ରଗୁଡ଼ିକରେ ଦେଖିବାକୁ ମିଳିଥିଲା ଯେ ପିଭିଟିଜି ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାର ଆନନ୍ଦରେ ସାରା ଦେଶରେ ଥିବା ମତଦାନ କେନ୍ଦ୍ରକୁ ଆସିଥିବା ବେଳେ ସମାବେଶୀ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ସଫଳ ହୋଇଛି। ସାଉଥ୍ ଆଣ୍ଡାମାନର ଷ୍ଟ୍ରେଟ୍ ଦ୍ୱୀପରୁ ଆସିଥିବା ମହାନ ଆଣ୍ଡାମାନୀ ଜନଜାତି ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ମତଦାନକୁ ଏକ ସୁଖଦ ଓ ସ୍ମରଣୀୟ ଅନୁଭୂତିରେ ପରିଣତ କରିବା ଉପରେ ଆୟୋଗ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ଶେଡ୍, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ଵିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି। ଛତିଶଗଡର ନକ୍ସଲ ପ୍ରଭାବିତ ଅଂଚଳରେ ମଧ୍ୟ ଶାନ୍ତିପୂର୍ଣ୍ଣ ମତଦାନ ହେଉଛି।

ଆଜି ଦିନ ୧ଟା ସୁଦ୍ଧା ହୋଇଥିବା ମତଦାନ ହାର –
ଆଣ୍ଡାମାନ ଓ ନିକୋବର – ୩୫.୭
ଅରୁଣାଚଳ ପ୍ରଦେଶ – ୩୪.୯୯
ଆସାମ – ୪୫.୧୨
ଛତିଶଗଡ଼ – ୪୨.୫୭
ଜାମ୍ମୁ କାଶ୍ମୀର – ୪୩.୧୧
ଲାକ୍ଷାଦ୍ଵୀପ – ୨୯.୯୧
ମଧ୍ୟପ୍ରଦେଶ – ୪୪.୧୮
ମହାରାଷ୍ଟ୍ର – ୩୨.୩୬
ମଣିପୁର – ୪୫.୬୮
ମେଘାଳୟ – ୪୮.୯୧
ମିଜୋରାମ – ୩୬.୬୭
ନାଗାଲାଣ୍ଡ – ୩୮.୮୩
ପୁଡୁଚେରୀ – ୪୪.୯୫
ରାଜସ୍ଥାନ – ୩୩.୭୩
ସିକିମ – ୩୬.୮୨
ତାମିଲନାଡୁ – ୩୯.୪୩
ତ୍ରିପୁରା – ୫୩.୦୪
ଉତ୍ତର ପ୍ରଦେଶ – ୩୬.୯୬
ଉତ୍ତରାଖଣ୍ଡ – ୩୭.୩୩
ପଶ୍ଚିମବଙ୍ଗ – ୫୦.୯୬
ବିହାର – ୩୨.୪୧

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories