www.samajalive.in
Monday, December 15, 2025
15.1 C
Bhubaneswar

ବିଦାୟ ହ୍ବାଙ୍ଗଝୋ, ନାଗୋୟାରେ ଦେଖା

ହ୍ବାଙ୍ଗଝୋ  : ଏସୀୟ କ୍ରୀଡ଼ାର ଉନବିଂଶତମ ସଂସ୍କରଣ ଚୀନର ହ୍ବାଙ୍ଗଝୋରେ ​‌େ​‌ଶଷ ହୋଇଛି। ରବିବାର ମାରାଥନ ପ୍ରତିଯୋଗିତା ସହ ଉକ୍ତ କ୍ରୀଡ଼ା ମହାକୁମ୍ଭର ଯବନିକା ପଡିଛି। ଏସୀୟ କ୍ରୀଡ଼ାକୁ ବିଦାୟ ଦେଇଛି ହ୍ବାଙ୍ଗଝୋ। ଆଉ ୩ ବର୍ଷ ପରେ ୨୦୨୬ ଜାପାନର ନାଗୋୟାରେ ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣ ଅନୁଷ୍ଠିତ ହେବ। ଉକ୍ତ କ୍ରୀଡ଼ା ମହାକୁମ୍ଭ ଭାରତ ପାଇଁ ସ୍ବତନ୍ତ୍ର ହୋଇ ରହିବ। ଭାରତ ଏସୀୟ କ୍ରୀଡ଼ାର ଇତିହାସରେ ପ୍ରଥମ ଥର ପାଇଁ ପଦକରେ ଶତକ ଅତିକ୍ରମ କରିବାରେ ସଫଳ ହୋଇଛି। ଭାରତ ଉକ୍ତ ସଂସ୍କରଣରେ ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ ପଦକ ସହ ମୋଟ ୧୦୭ ପଦକ ପାଇ ୪ର୍ଥ ସ୍ଥାନ ହାସଲ କରିଛି। ଯାହା ପୂର୍ବରୁ ଭା​‌ରତ କେବେହେଲେ ଏଭଳି ସଫଳତା ହାସଲ କରିପାରିନଥିଲା। ବନ୍ଧୁକଚାଳନାରେ ଭାରତ ସର୍ବାଧିକ ୮ଟି ସ୍ବର୍ଣ୍ଣ ସହ ୨୨ଟି ପଦକ ଜିତିବାରେ ସଫଳ ହୋଇଛି। ଦୌଡ଼କୁଦରେ ୬ଟି, ତୀରନ୍ଦାଜୀରେ ୫ଟି, ପୁରୁଷ ଓ ମହିଳା କ୍ରିକେଟ, ପୁରୁଷ ହକି, ପୁରୁଷ ଓ ମହିଳା କବାଡି, ସ୍କ୍କ୍ାଶ, ଅଶ୍ବଚାଳନ, ଟେନିସ ଓ ବ୍ୟାହମିଣ୍ଟନରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ରହିଛି। ଏହାଛଡ଼ା ପୁରୁ​‌ଷ ଯୁଗଳ ବ୍ୟାଡମିଣ୍ଟନରେ ସ୍ବାତ୍ତିକ ସାଇରାଜ ରାଙ୍କିରେଡ୍ଡି- ଚିରାଗ ସେଟ୍ଟି ପ୍ରଥମ ଥର ପାଇଁ ସ୍ବର୍ଣ୍ଣ, ମହିଳା ଗଲ୍‌ଫରେ ଅଦିତି ଅଶୋକ ରୌପ୍ୟ ପଦକ ଜିତିଥିବାବେଳେ ବକ୍ସର ଲଭଲିନା ବର୍ଗିଆନ, ଭାରତୀୟ ପୁରୁଷ ହକି ଦଳ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ଉଲ୍ଲେଖନୀୟ ଘଟଣା ରହିଛି। ପ୍ରତିଯୋଗିତାରେ ଭାରତରୁ ମୋଟ ୬୧୫ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।
ପଦକ ତାଲିକାରେ ଆୟୋଜକ ଚୀନ୍‌ ୨୦୧ଟି ସ୍ବର୍ଣ୍ଣ, ୧୧୧ଟି ରୌପ୍ୟ ଓ ୭୧ଟି କାଂସ୍ୟ ସହ୩୮୩ଟି ପଦକ ପାଇ ଶୀର୍ଷରେ ରହିଥିବାବେଳେ ଜାପାନ ୫୨ ସ୍ବର୍ଣ୍ଣ, ୬୭ ରୌପ୍ୟ ଓ ୬୦ କାଂସ୍ୟ ସହ ୧୮୮ ପଦକ ପାଇ ଦ୍ବିତୀୟ ଓ ଦକ୍ଷିଣ କୋରିଆ ୪୨ ସ୍ବର୍ଣ୍ଣ, ୫୯ ରୌପ୍ୟ ଓ ୮୯ କାଂସ୍ୟ ସହ ୧୯୦ ପଦକ ପାଇ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉଜବେକିସ୍ତାନ ୨୨ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୩୧ କାଂସ୍ୟ ସହ ୭୧ ପଦକ ପାଇ ପଞ୍ଚମ ସ୍ଥାନ ହାସଲ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories