www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧ ବନଖଣ୍ଡ ତରଫରୁ ୬୯ତମ ବନ୍ୟପ୍ରାଣୀ ଦିବସ ପାଳନ

ବୌଦ୍ଧ : ବୌଦ୍ଧ ବନଖଣ୍ଡ ତରଫରୁ ଆଜି ୬୯ତମ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଛି। ଏହି ବନ୍ୟ ପ୍ରାଣୀ ସପ୍ତାହ ଦିବସରେ ମୁଖ୍ୟଅତିଥି ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଅତିଥି ଭାବେ ଯୋଗଦେଇଥିଲେ। ସାମ୍ନାନିତ ଅତିଥି ଭାବେ ଜିଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ,ବୌଦ୍ଧ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଅତିରିକ୍ତ ଏସପି, କେନ୍ଦୁ ପତ୍ର ଡିଏଫଓ ଓ ବୌଦ୍ଧ ଡିଭିଜନର ସମସ୍ତ ଏସିଏଫ ଉପସ୍ଥିତ ଥିଲେ।

ଏହି ବନ୍ୟପ୍ରାଣୀ ସପ୍ତାହ ର ସଭାପତି ଭାବରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଦାୟିତ୍ୱ ତୁଲାଇ ଥିବା ସହିତ ବୌଦ୍ଧ ବନଖଣ୍ଡରେ ଦିନ ରାତି ଡ୍ୟୁଟି କରି, ନିଜର ଜୀବନକୁ ବାଜି ଲଗାଇ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେଉଥିବା ବନ କର୍ମଚାରି ଇମଲ ଆଶିଷ କହଁର, ବନରକ୍ଷୀ ପ୍ରକାଶ ପ୍ରଧାନ, ବୁଲି ବେହେରା, ୱାଚର ପ୍ରଦ୍ୟୁମ୍ନ ବାଘ, ମନରଞ୍ଜନ ନାଏକ, ଅଜିତ ଭୋଇ, ରାମ ଶଙ୍କର ମହାକୁଡ଼ ପ୍ରମୁଖଙ୍କୁ ମୁଖ୍ୟଅତିଥି ସମ୍ମାନୀତ କରିଥିଲେ। ଶେଷରେ ଏସିଏଫ ମିନାକ୍ଷୀ କୁମୁରା ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories