ଇଏସ୍ଆଇସିରେ ସାମିଲ ହେଲେ ୧୮ ଲକ୍ଷ ନୂଆ କର୍ମଚାରୀ ଓ ୨୮ ହଜାର କମ୍ପାନୀ

ଡେସ୍କ: ଚଳିତ ବର୍ଷ ଜାନୁଆରି ମାସରେ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସ୍ଆଇସି) ଅଧୀନରେ ପ୍ରାୟ ୧୮ ଲକ୍ଷ ନୂଆ କର୍ମଚାରୀ ପଞ୍ଜୀକୃତ ହୋଇଛନ୍ତି ବୋଲି ସରକାର କହିଛନ୍ତି। ଆଜି ପ୍ରକାଶିତ ଇଏସଆଇସିର ଅସ୍ଥାୟୀ ପେରୋଲ ତଥ୍ୟ ଅନୁଯାୟୀ, ଏହି ମାସରେ ୨୭ ହଜାର ୮୦୫ଟି ନୂତନ ପ୍ରତିଷ୍ଠାନକୁ ଇଏସଆଇ ଯୋଜନାର ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯାଇଛି, ଯାହା ଅଧିକ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବ।
ବିବୃତିରେ ଦର୍ଶାଯାଇଛି ଯେ ଏହି ମାସରେ ଯୋଡ଼ି ହୋଇଥିବା ମୋଟ ୧୮.୧୯ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୮.୬୭ ଲକ୍ଷ କର୍ମଚାରୀ ୨୫ ବର୍ଷ ବୟସ ବର୍ଗର ଅଟନ୍ତି। ପେରୋଲ ଡାଟାର ଲିଙ୍ଗଭିତ୍ତିକ ବିଶ୍ଳେଷଣରୁ ଜଣାପଡିଛି ଯେ ଜାନୁଆରୀରେ ସାମିଲ ହୋଇଥିବା ମହିଳା ସଦସ୍ୟଙ୍କ ସଂଖ୍ୟା ୩.୬୫ ଲକ୍ଷ ଥିଲା ଏବଂ ଏହି ମାସରେ ମୋଟ ୮୫ ଜଣ ଉଭୟ ଲିଂଗି କର୍ମଚାରୀ ମଧ୍ୟ ଇଏସଆଇ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
Comments are closed.