୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି – ଯୋଗାଣ ମନ୍ତ୍ରୀ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By Samajalive Desk Last updated Mar 19, 2021 Share ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି ଏବଂ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ କହିଛନ୍ତି। ସେ କହିଛନ୍ତି ଯେ ଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି। ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। Related Posts ଫୁଲବାଣୀ ପୌରପରିଷଦରେ ବିଜେଡ଼ିର ମିଶ୍ରଣ ପର୍ବ… Apr 28, 2024 କାମ କରୁଥିବାବେଳେ ସାତ ମହଲାରୁ ଖସିପଡିଲେ,… Apr 27, 2024 ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଚଳିତ ଖରିଫ ଅବଧିରେ ୧୧,୪୪୧ କୋଟି ଟଙ୍କାର ସର୍ବମୋଟ ୬୧.୨୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ଧାନ କିଣା କାର୍ଯ୍ୟକ୍ରମ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେ କହିଛନ୍ତି। ଗତ ଖରିଫ ସମୟରେ ୫୧.୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇଥିଲା। ସେହିପରି ୨୦୧୭-୧୮ରେ ୬.୮୭ ଲକ୍ଷ ଚାଷୀଙ୍କ ଠାରୁ ୫,୯୨୩ କୋଟି ଟଙ୍କାର ୫୧.୫୬ ଲକ୍ଷ ମେଟ୍ରିକ ଟନ୍, ୨୦୧୮-୧୯ରେ ୮.୬୪ ଲକ୍ଷ ଚାଷୀଙ୍କ ଠାରୁ ୯,୦୨୪ କୋଟି ଟଙ୍କାର ୩୮.୨୧ ଲକ୍ଷ ମେଟ୍ରିକ ଟନ୍ ଓ ୨୦୧୯-୨୦ରେ ୯.୫୬ ଲକ୍ଷ ଚାଷୀଙ୍କ ଠାରୁ ୯,୬୭୬ କୋଟି ଟଙ୍କାର ୫୩.୩୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। Share FacebookTwitterWhatsApp
Comments are closed.