www.samajalive.in
Thursday, December 11, 2025
14.1 C
Bhubaneswar

ନଭେମ୍ବର ୯ରେ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ପଞ୍ଚଦଶ ଅର୍ଥ ଆୟୋଗ

ଏନ. କେ. ସିଂଙ୍କ ନେତୃତ୍ୱରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ଆସନ୍ତା ମାସ ୯ ତାରିଖରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରିବେ। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପରବର୍ତ୍ତୀ ପାଞ୍ଚଟି ଆର୍ଥିକ ବର୍ଷ ପାଇଁ ରିପୋର୍ଟ ଉପରେ ଆୟୋଗ ଆଜି ସେମାନଙ୍କର ବିଚାର ବିମର୍ଶ ଶେଷ କରିଛନ୍ତି।

- Advertisement -

ଏହି ରିପୋର୍ଟ ଚୂଡାନ୍ତ ହେବା ପୂର୍ବରୁ କେନ୍ଦ୍ର ଏବଂ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ପୂର୍ବ ଅର୍ଥ ଆୟୋଗର ଅଧ୍ୟକ୍ଷ ତଥା ସଦସ୍ୟ, ଆୟୋଗର ପରାମର୍ଶଦାତା ପରିଷଦ ଏବଂ ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ପରାମର୍ଶ କରାଯାଇଛି।


ଅର୍ଥ ଆୟୋଗ ଆସନ୍ତା ମାସ ଶେଷରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେହି ରିପୋର୍ଟର ଏକ ନକଲ ମଧ୍ୟ ଉପସ୍ଥାପନ କରିବେ। ଏହି ରିପୋର୍ଟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସରକାର ନେଇଥିବା ପଦକ୍ଷେପ ସମ୍ବଳିତ ରିପୋର୍ଟ ସହ ସଂସଦରେ ଉପସ୍ଥାପନ କରାଯିବ। ରାଷ୍ଟ୍ରପତିଙ୍କ ଦ୍ୱାରା ଗଠିତ ପଞ୍ଚଦଶ ଅର୍ଥ ଆୟୋଗରେ ଠାବ ଅନ୍ୟ ସଦସ୍ୟମାନେ ହେଉଛନ୍ତି ଅଜୟ ନାରାୟଣ ଝା, ପ୍ରଫେସର ଅନୁପ ସିଂ, ଡକ୍ଟର ଅଶୋକ ଲାହିରି ଏବଂ ଡକ୍ଟର ରମେଶ ଚାନ୍ଦ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories