www.samajalive.in
Tuesday, December 9, 2025
26.1 C
Bhubaneswar

ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଜନ ପ୍ରତିନିଧି

ପାଟଣାଗଡ : ସମଗ୍ର ଅଞ୍ଚଳର ଚାଷୀମାନେ ବର୍ତ୍ତମାନ ସୁଦ୍ଧା ୨୦୧୯-୨୦ ଖରିଫ ବର୍ଷର କୃଷି ବିମା ରାଶି ପାଇନଥିବାରୁ ପାଟଣାଗଡ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ବହୁ ଜନ ପ୍ରତିନିଧି, ଚାଷୀ ନେତା ତଥା ଚାଷୀ ଆଜି ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାଯାଇଛି।

ଅଞ୍ଚଳର ଚାଷୀମାନେ ବୀମା ରାଶି ନିମନ୍ତେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କୁ ଭୁଆଁ ବୁଲାଇ ଆସୁଥିବାର ଅଭିଯୋଗ କରିଛନ୍ତି ଜନପ୍ରତିନିଧିମାନେ। ବଲାଙ୍ଗିର ଜିଲାର ଅଧିକାଂଶ ବ୍ଲକ ଏବଂ ପଞ୍ଚାୟତରେ ଚାଷୀମାନେ ନିଜ ନିଜ ବୀମା ଅର୍ଥ ପାଇ ସାରିଥିବା ବେଳେ ପାଟଣାଗଡ ପଞ୍ଚାୟତ ସମିତିର ବହୁ ଗୁଡିଏ ପଞ୍ଚାୟତର ଚାଷୀ ବର୍ତ୍ତମାନ ସୁଦ୍ଧା ପାଇନଥିବା ଦର୍ଶାଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ ଜନ ପ୍ରତିନିଧିମାନେ। ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜରିଆରେ ଚାଷୀ ମାନଙ୍କୁ ଶୀଘ୍ର ବୀମାରାଶି ପ୍ରଦାନ କରିବାକୁ ଦାବି କରିବା ସହ ଆଗାମୀ ଦିନରେ ମଣ୍ଡି ମାନଙ୍କରେ ଠିକ୍ ଭାବରେ ଚାଷୀମାନଙ୍କ ଧାନ ବିକ୍ରୀର ସୁବିଧା କରାଯିବାକୁ ଦାବି କରିଛନ୍ତି। ଏହାଛଡା ବହୁ ଦିନରୁ ଚାଷୀମାନେ ବିଜୁ କୃଷକ ଯୋଜନାରେ ଗଭୀର ନଳକୂପ ଖନନ ପାଇଁ ଆବେଦନ କରି ଟଙ୍କା ପଇଠ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା ଦର୍ଶାଇ ଯଥାଶୀଘ୍ର ଏହାର ସମାଧାନ କରାଯିବାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୁଇ ଦିନ ପୂର୍ବରୁ ଆଜିର ଧାରଣା ସଂପର୍କରେ ଉପ ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାରୁ ଜନ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତି ହେତୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିବା ସହିବା ସହ ସରକାର ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ। ଦୀର୍ଘ ସମୟ ପରେ ଉପ ଜିଲାପାଳ ସୋମନାଥ ପ୍ରଧାନ ପହଞ୍ଚି ଜନପ୍ରତିନିଧି ମାନଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରିଥିଲେ। ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ସମେତ ଜିଲା ପରିଷଦ ସଦସ୍ୟା ସବିତା ସରାଫ, ଦେବକୀ ତାଣ୍ଡି, ସମିତି ସଭ୍ୟ ଜୟନ୍ତ କୁମ୍ଭାର, ଚାଷୀ ନେତା ଜତି ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଦସ୍ୟ କରମ ସିଂ ସରାଫ, ଚତୁର୍ମୁଖ ମେହେର, ସୁଶୀଳ ପଟେଲ, ଉପେନ୍ଦ୍ର ବିଶ୍ୱାଳ,ମୂରଲୀ ତ୍ରିପାଠୀ ପ୍ରମୁଖ ଏହି ଆନନ୍ଦୋଳନରେ ସାମିଲ ଥିଲେ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories