ନୂଆଦିଲ୍ଲୀ: ଦିଲ୍ଲୀ ଘୋଷଣାନାମା ଗ୍ରହଣ ସହ ଜାତିସଂଘ କନ୍ଫରେନ୍ସ ଅଫ୍ ପାର୍ଟିଜ୍ର ଚତୁର୍ଦ୍ଦଶ ସମ୍ମିଳନୀ ଶେଷ ହୋଇଛି। ଗତ ୧୨ ଦିନ ଗ୍ରେଟର ନଏଡାରେ ଚାଲିଥିବା କୋପ – ୧୪ ସମ୍ମିଳନୀରେ ସାରା ବିଶ୍ୱରୁ ୯ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଜାଭଡେକର କହିଛନ୍ତି, ଭାରତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ଉପରେ ଫଳପ୍ରଦ ଭାବେ କାମ କରୁଛି। ଅଧିକରୁ ଅଧିକ ପତିତ ଜମି ଉଦ୍ଧାର ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି।
ଏହି ଅବସରରେ ଅନ୍କାଡ୍ର କାର୍ଯ୍ୟନିର୍ବାହୀ ସଚିବ ଇବ୍ରାହିମ୍ ଥିୟ କହିଛନ୍ତି, ମରୁଡ଼ି ସମସ୍ୟାର ସମାଧାନ ପାଇଁ ଏହି ଚତୁର୍ଦ୍ଦଶ ସମ୍ମିଳନୀରେ ସମସ୍ତେ ସଚେତନ ହେବା ଅତି ଆନନ୍ଦର ବିଷୟ। ଏହି ସମ୍ମିଳନୀରେ ଭାରତ ୨୦୩୦ ମସିହା ସୁଦ୍ଧା ୨୬ ନିୟୁତ ହେକ୍ଟର ପତିତ ଜମି ଉଦ୍ଧାର ପାଇଁ ତାର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛି।



