ବୁର୍ଲା: ରାଜ୍ୟରେ ଚାଷୀ ଆତ୍ମହତ୍ୟାକୁ ନେଇ ଅନେକ ସମୟରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ବେଳେ ଏଥର କିନ୍ତୁ ଚର୍ଚ୍ଚାରେ ବୁର୍ଲା ଭିମସାରର ଜଣେ ସିନିୟର ରେସିଡେଣ୍ଟ ଡାକ୍ତର। ସେ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ ଓ ଅନ୍ୟ ଚାରି ଜଣ ଡାକ୍ତର। ସେମାନେ ରୋଗୀଙ୍କ ପାଇଁ ଅନଶନରେ ରହି ମଧ୍ୟ ରୋଗୀ ସେବା କରୁଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ପାରାକୁଏଟ ଲଟାମରା ଔଷଧକୁ ଖାଇ ଚାଷୀ ଆତ୍ମହତ୍ୟା କରୁଛନ୍ତି ଏବଂ ଚାଷୀଙ୍କୁ ବଂଚାଇବା କଷ୍ଟକର ହୋଇପଡୁଛି। ୯୯ ପ୍ରତିଶତ ପାରାକୁଏଟ ଖାଇଥିବା ଚାଷୀଙ୍କୁ ବଞ୍ଚାଇବା ସମ୍ଭବ ହେଉନଥିବା ସେ କହିଛନ୍ତି । ଏଣୁ ଓଡିଶାରେ ଏହାକୁ ନିଷିଦ୍ଧ କରିବା ପାଇଁ ଡାକ୍ତର ଶଙ୍କର ରାମଚନ୍ଦାନୀ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଲେଖିବା ସତ୍ତ୍ବେ ଏହାକୁ ନିଷିଦ୍ଧ କରାନଯିବାରୁ ସେ ଦିନସାରା ଅନଶନରେ ରହି କାର୍ଯ୍ୟ କରୁଥିବା ଜଣାପଡିଛି।



