www.samajalive.in
Thursday, December 11, 2025
26.1 C
Bhubaneswar

କ୍ଷତିକାରକ ବିଦେଶୀ ନାଗରିକ ତାଲିକାରୁ ୩୧୨ ଜଣ ବାଦ

ନୂଆଦିଲ୍ଲୀ: ଦେଶ ପାଇଁ କ୍ଷତିକାରକ ବିଦେଶୀ ନାଗରିକ ତାଲିକାରେ ଅନ୍ତର୍ଭୁକ୍ତ ଶିଖ୍‍ ସଂପ୍ରଦାୟର ୩୧୨ ଜଣଙ୍କୁ ଭିସା ମିଳିବ ଓ ସେମାନେ ଭାରତ ଆସିପାରିବେ। ସରକାର ସେହି ତାଲିକାରେ ସରକାର ସଂଶୋଧନ କରି ୩୧୪ ଜଣକ ମଧ୍ୟରୁ ମାତ୍ର ୨ ଜଣଙ୍କୁ ରଖିଥିବା ଜଣାପଡିଛି। ଏହି ସଂଶୋଧନ ଫଳରେ ବିଦେଶୀ ଶିଖ୍‍ ନାଗରିକମାନେ ଭାରତକୁ ଆସି ସେମାନଙ୍କର ପରିବାର ସଦସ୍ୟମାନଙ୍କୁ ଭେଟିବା ସହ ନିଜର ବଂଶଧରମାନଙ୍କ ସହ ସଂପର୍କ ସ୍ଥାପନ କରିପାରିବେ। ୧୯୮୦ ମସିହାରେ ଶିଖ୍‍ ସଂପ୍ରଦାୟର ଅନେକ ଭାରତୀୟ ଓ ବିଦେଶୀ ନାଗରିକଙ୍କୁ ଭାରତ ବିରୋଧୀ ଅପପ୍ରଚାର ଅଭିଯୋଗରେ ଦେଶ ଭିତରେ ପ୍ରବେଶ ପାଇଁ ନିଷିଦ୍ଧ କରାଯାଇଥିଲା।

ସେ ସମୟରେ ସେମାନେ ଭାରତ ଛାଡ଼ି ପଳାୟନ କରିଥିଲେ ଓ ବିଦେଶରେ ନାଗରିକତ୍ୱ ଗ୍ରହଣ କରି ଆଶ୍ରୟ ନେଇଥିଲେ। ସେମାନଙ୍କୁ ଏହି ତାଲିକାରେ ୨୦୧୬ ମସିହା ପର୍ଯ୍ୟନ୍ତ ରଖାଯାଇଥିଲା ଏବଂ ଭାରତକୁ ଆସିବାକୁ ହେଲେ ଭିସା ନେବାକୁ ପଡ଼ୁଥିଲା।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories