ପାଠ ହେଲା କାଳ ; ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା
ମାଲକାନଗିରି : ସ୍କୁଲ ଯିବାକୁ ପରିବାର ଲୋକ ବାଧ୍ୟ କରିବାରୁ ଦଶମ ଶ୍ରେଣୀ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ସଦର ବ୍ଲକ ଭିମା ରଙ୍ଗିନୀ ଗାଁରେ ଘଟିଛି । ସତୀଗୁଡା ସେବାଶ୍ରମରେ ଛାତ୍ରୀ ଜଣକ ପାଠ ପଢୁଥିଲେ । ମୃତ ଛାତ୍ରୀ ଜଣକ ହେଲେ ଆନି ରାୟ । କରୋନା କଟକଣା କୋହଳ ହେବା ପରେ ସ୍କୁଲ ଖୋଲିଥିଲେ ମଧ୍ୟ ଆନି ସ୍କୁଲ ଯାଉ ନଥିଲେ । ପରିବାର ଲୋକ ବାରମ୍ବାର ତାଗିଦ କରିବାରୁ ଗତକାଲି ରାତିରେ ଆନି ପୋକ ମରା ଔଷଧ ପିଇ ଦେଇଥିଲେ। ତେବେ ହଠାତ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶନିବାର ଆନିର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
Comments are closed.