ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଳକର ଚମ୍ପାନଗର ସ୍ତିତ ଏକଲବ୍ୟ ସ୍କୁଲର ଦସମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ଛାତ୍ରୀ ଜଣଙ୍କ ଘର ମାଥିଲି ବ୍ଲକ ସାଉଁଳି ଗୁଡା ବୋଲି ଜଣା ପଡିଛି । ପରିବାର ଲୋକଙ୍କ କହିଛନ୍ତି, ଗତ ଜୁଲାଇ ମାସ ୧୨ତାରିଖ ରାତିରେ ଏକଲବ୍ୟ ସ୍କୁଲ କର୍ତ୍ତୃପକ୍ଷ ଏକ ବୋଲେରୋ ଗାଡିରେ ଛାତ୍ରୀଙ୍କ ଘର ସାଉଁଳି ଗୁଡାରେ ପହଁଚି ଛାତ୍ରୀଙ୍କ ବାପାଙ୍କୁ ତାଙ୍କ ଝିଅ ଦେହ ଗୁରୁତର ଅଛି କହିଥିଲେ। ତାଙ୍କ ପରିବାର ଓ ଅନ୍ୟ ଜଣକୁ ଡାକି ନେଇଥିଲ ମାଲକାନଗିରି ସ୍ଥିତ ଏକଲବ୍ୟ ସ୍କୁଲରେ ତାଙ୍କ ଝିଅ ଏବଂ ଅନ୍ୟ ଏକ ପିଲାକୁ ସେଠାରେ ବସାଇ ଛାତ୍ରୀଙ୍କ ବାପାଙ୍କୁ କହିଥିଲେ ଯେ, ସେଠାରେ ବସିଥିବା ପିଲା ସହ ତାଙ୍କ ଝିଅର ସମ୍ପର୍କ ରହିଛି ଏବଂ ତାଙ୍କ ଝିଅ ଛଅ ମାସର ଗର୍ଭ ଧାରଣ କରିଛି। ସେଠାରେ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲର କିଛି ଶିିକ୍ଷକ ଓ କିଛି ବିଦ୍ୟାଳୟ କର୍ମଚାରୀ ଧମକ ଚମକ କରିବା ସହ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଛାତ୍ରୀଙ୍କ ବାପା ସେଠାରେ ଦୁଖଃରେ ଭାଙ୍ଗି ପଡି ସେହି କାଗଜରେ ଦସ୍ତଖତ ନକରି ସେଠାରୁ ନିଜ ଗାଁକୁ ଫେରି ଯାଇଥିଲେ। ପୁଣି ତା ପରଦିନ ଅର୍ଥାତ ୧୩ ଜୁଲାଇରେ ପୁଣି ପରିବାର ଲୋକଙ୍କୁ ଡାକି ପୁର୍ବରୁ ଲେଖାଯାଇଥିବା କାଗଜରେ ଦସ୍ତଖତ କରି ଛାତ୍ରୀ ଜଣକୁ ତାଙ୍କ ଘରକୁ ପଠାଇ ଦେଇଥିଲେ। ଛାତ୍ରୀ ଗାଁରେ ପହଁଞ୍ଚିବା ପରେ ଗାଁର ଆଶା, ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବାପରେ ଗତ ୩୦ ତାରିଖ ରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକା ଛାତ୍ରୀ ଜଣଙ୍କ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

prayash

ଏଥିନେଇ ସାଉଁଳି ଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ସେ କହିଛନ୍ତି ଛାତ୍ରୀଙ୍କ ସହ ଏହି ଯୁବକ ଏକଲବ୍ୟ ସ୍କୁଲ୍ ଯାଇ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିବା ଛାତ୍ରୀ କହିଥିବା ସେ ଆମକୁ କହିଛନ୍ତି। ଏଥିସହ ପରିବାର ଲୋକ କହିଛନ୍ତି ସ୍କୁଲ୍ ଛୁଟି ସମୟରେ ଝିଅର କୌଣସି ମଧ୍ୟ ପିଲାସହ ସମ୍ପର୍କ ନଥିଲା ଯାହା ହେଇଛି ସ୍କୁଲରେ ହିଁ ହେଇଛି। କନ୍ତୁ ଛାତ୍ରୀ ଜଣକ ସ୍କୁଲ୍ ଛୁଟି ସମୟରେ  ନିଜ ଗାଁକୁ ଯାଇ ଉକ୍ତ ଯୁବକଙ୍କ ସହ ସମ୍ପର୍କ ରଖି ଥିବା କହି ସ୍କୁଲ୍ କର୍ତ୍ତୃପକ୍ଷ ପରିବାର ଲୋକଙ୍କଠାରୁ ଯୋର ଜବରଦସ୍ତ ଦସ୍ତଖତ କରାଇ ଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଛାତ୍ର ଜଣକ ୬ମାସ ହେଲାଣି ଗର୍ଭବତୀ ହେଲାଣି ତାହା ହଲେ କିଭଳି ସ୍କୁଲ୍ ଛାତ୍ରାବାସ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷଙ୍କ ଜାଣି ପାରିଲେନି। ଯଦି ବିଳମ୍ବରେ ଜାଣିଲେ ସ୍କୁଲ୍ ଅଧକ୍ଷ ଲିଖତ ଭାବେ ପୁଲିସକୁ ନଜଣାଇ ଓ ବିନା ପରାମର୍ଶରେ କେଉଁ କାରଣରେ ଓ କେମିତି ପରିବାର ଲୋକଙ୍କୁ ଜୋର୍ ଜବରଦସ୍ତ ଦସ୍ତଖତ କରାଇ ଛାତ୍ରୀକୁ ଘରକୁ ପଠାଇ ଦେଇଥିଲେ । ତାସହ ପୁଲିସ କହିବା ଅନୁସାରେ ଗତ ୩୦ତାରିଖରେ ଚାଇଲ୍ଡ ଲାଇନ୍ ପୀଡିତା ଛାତ୍ରୀଙ୍କୁ ଆଣି ଥାନାରେ ଅଭିଯୁକ୍ତ ପୁବକ ହରିହର ଭୂମିଆ ନାରେ ଅଭିଯୋଗ କରିଛନ୍ତି । ଏଠି ପୁଣି ଏକ ପ୍ରଶ୍ନ ଉଠୁଛି ଗତ ମାସ ୧୨ ତାରିଖରୁ ଘଟଣା ଘଟିଥିଲେ ମଧ୍ୟ ଦିର୍ଘ ୨୦ ଦିନ ପର୍ଯ୍ୟନ୍ତ ପୀଡିତା ଛାତ୍ରୀଙ୍କୁ ସ୍ବାଧାରଗୃହରେ ରଖିଲାପରେ ଏତେ ବିଳମ୍ବରେ କାହିଁକି ଥାନାରେ ଏତଲା ଦିଆଗଲା।

ଏଭଳି ବହୁ ପ୍ରଶ୍ନ ଉଙ୍କିମାରୁଥିବାରୁ ପୁଲିସ୍ ହିଁ ଉପଯୁକ୍ତ ତଦନ୍ତ କରି ଏହି ସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାକୁ ସାଧାରଣରେ ଦାବି ହୋଇଛି । ଏହି ଘଟଣାଟି ଜିଲାପାଳ ଜାଣିଲା ପରେ ଏହାର ତଦନ୍ତ କରି ତୁରନ୍ତ ସଂମ୍ପୂର୍ଣ୍ଣ ତଥ୍ୟ ଦେଦବା ପାଇଁ ପିଏ ଆଇଟିଡିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏଭଳି କିଛି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ କହିଛନ୍ତି । ପୀଡିତାଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ପୁଲିସ ଅଭିଯୁକ୍ତ ହରିହରକୁ ଗିରଫ କରି କୋର୍ଟ ଚଲାଣ କରିଛି । ବର୍ତ୍ତମାନ ପୀଡିତା ଛାତ୍ରୀ ବାଳ ସ୍ବାଧାରଗୃହରେ ଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୁଚନା ଦେଇଛନ୍ତି।

kalyan agarbati

Comments are closed.