www.samajalive.in
Monday, December 15, 2025
17.1 C
Bhubaneswar

୪ ବର୍ଷରେ ୧୦୧ ଡେଙ୍ଗୁ ରୋଗୀ ଚିହ୍ନଟ

ବଲାଙ୍ଗିର: ସନ୍ଥ ଭୀମ ଭୋଇ ମେଡିକାଲରେ ଗୋଟିଏ ପରିବାରର ୨ ଜଣ ଡେଙ୍ଗୁ ଭର୍ତ୍ତି ହେଲା ପରେ ଡେଙ୍ଗୁକୁ ନେଇ ନାନଦି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ସାରା ଜିଲାରେ ୨୦୧୫ରୁ ଚଳିତ ବର୍ଷ ସୁଦ୍ଧା ସରକାରୀ ରିପୋର୍ଟରୁ ଜଣାପଡିଛି ଯେ, ୨୦୧୫ ମସିହାରେ ସାରା ଜିଲାରେ ୧୭ଟି ଡେଙ୍ଗୁ ରୋଗୀ ଚିହ୍ନଟ ସହ ଚିକିତ୍ସା ହୋଇଥିବା ବେଳେ ୨୦୧୬ ମହିସାରେ ୧୮ଟି, ୨୦୧୭ ମସିହାରେ ୪୨ଟି, ୨୦୧୮ ମସିହାରେ ୨୪ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଭଳି ରିପୋର୍ଟ ବିଭାଗ ପାଖରେ ନଥିବା ଜଣାପଡିଛି। କିନ୍ତୁ ଗତ ୨୩ ଜୁନରେ ୨ ଜଣ ଡେଙ୍ଗୁ ରୋଗୀ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଜିଲାର ବିଭିନ୍ନ ବ୍ଲକ ତଥା ସିଏଚସିର ରିପୋର୍ଟ ଦେଖିବାକୁ ଗଲେ ଆଗଲପୁର ସିଏଚସି ୨୦୧୫, ୨୦୧୬, ୨୦୧୭ ଓ ୨୦୧୮ ମସିହା ଯାଏଁ ଦେଖିବାକୁ ଗଲେ ଯଥାକ୍ରମେ ୫, ୪, ୧ ଓ ୦ ରହିଛି। ସେହିପରି ବେଲପଡା ବ୍ଲକ ୨୦୧୫ ରୁ ୨୦୧୮ ମସିହା ଅନୁସାରେ ୪,୦, ୩, ୦ ରହିଛି। ଚୁଡାପାଲି ୨, ୧, ୧, ୧ ରହିଛି। ସଇଁନ୍ତଲା ବ୍ଲକରେ ୨୦୧୫ ମସିହାରେ ସଂଖ୍ୟା ୧ରେ ଥିବା ବେଳେ ୨୦୧୬ ମସିହାରେ ତାହା ୫ ଓ ୨୦୧୭ ମସିହାରେ ଏହା ୮କୁ ପହଞ୍ଚିଥିଲା ବେଳେ ୨୦୧୮ ମସିହାରେ ଶୂନ୍ୟ ରହିଛି। ବଲାଙ୍ଗିର ପୌରାଞ୍ଚଳରେ ଗତ ବର୍ଷ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡରେ ମାତ୍ର ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି। କେବଳ ଜାମଗାଁରେ ୨୦୧୦ ମସିହାରେ ୧୦ଟି ଚିହ୍ନଟ ହୋଇଥିବା ବେଳେ ବାକି ୩ ବର୍ଷ ସଂଖ୍ୟା ଶୂନ୍ୟ ରହିଛି। ତେବେ ଏହି ସବୁ ଜିଲାର ନୁହେଁ ବୋଲି ସ୍ୱାସ୍ଥ୍ୟ ସମିତି ସ୍ପଷ୍ଟ କରିଥିବା ବେଳେ ବାହାର ରାଜ୍ୟରୁ ଏସବୁ ରୋଗ ରୋଗୀ ନେଇକି ଆସିଥିବା ଜଣାପଡିଛି। ଲୋକେ ଡେଙ୍ଗୁ ପ୍ରତି ସଚେତନ ହେବା ସହ ଆବଶ୍ୟକୀୟ ପଦକ୍ଷେପ ସ୍ୱଚ୍ଛତା ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିବେଦନ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories