www.samajalive.in
Sunday, December 14, 2025
19.1 C
Bhubaneswar

ଗିରଫ ପାଟଣାଗଡ ବିଧାୟକ ଡାକ୍ତରଖାନାରେ, ସ୍ୱାସ୍ଥ୍ୟବସ୍ଥା ସ୍ଥିର

ପାଟଣାଗଡ: ଅସୁସ୍ଥ ଅନୁଭବ କରିବା ପରେ ଜେଲରେ ଥିବା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ପାଟଣାଗଡରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବୁଧବାର ଦ୍ୱିତୀୟ ଦିନ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ରଖାଯାଇଥିବା ଜଣାଯାଇଛି। ଜଣେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠ୍‍-ବସ କରି ଚର୍ଚ୍ଚାରେ ରହିଥିବା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ପୁଲିସ ରବିବାର ବିଳମ୍ବିତ ରାତିରେ ନୂଆପଡାର ଏକ ହୋଟେଲରୁ ଗିରଫ କରି ଆଣିବା ପରେ ମାନ୍ୟବର କୋର୍ଟ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ। ତେବେ ଗତକାଲି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ତାଙ୍କର ଛାତିର ବାମ ପଟ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପାଟଣାଗଡ ଉପଖଣ୍ଡୀୟ ଚକିତ୍ସାଳୟର ଅଂଶୁଘାତ କକ୍ଷରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନା ପକ୍ଷରୁ ଗତକାଲି ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ଛାତି ଯନ୍ତ୍ରଣାକୁ ଗୁରୁତ୍ୱର ସହ ନିଆଯାଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତେବେ ଆଜି ବିଭିନ୍ନ ପରୀକ୍ଷା ରିପୋର୍ଟ ଆସିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଆସନ୍ତାକାଲି ତାଙ୍କର ଆଉ କିଛି ଆବଶ୍ୟକୀୟ ପରୀକ୍ଷା କରାଯିବ ବୋଲି ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ଠାରୁ ପ୍ରକାଶ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories