www.samajalive.in
Monday, December 8, 2025
16.1 C
Bhubaneswar

ମୁମ୍ବଇ-ଅହମଦାବାଦ ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପକୁ ୧,୦୦୦ କୃଷକଙ୍କ ବିରୋଧ

ଅହମଦାବାଦ : ପ୍ରସ୍ତାବିତ ମୁମ୍ବଇ-ଅହମଦାବାଦ ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ୧,୦୦୦ରୁ ଊର୍ଦ୍ଧ୍ବ ଚାଷୀ ଏହି ପ୍ରକଳ୍ପକୁ ବିରୋଧ କରି ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଆର ସୁବାଷ ରେଡ୍ଡୀ, ଜଷ୍ଟିସ୍‍ ଭି.ଏମ୍‍ ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିରୋଧରେ ଦାଖଲ ୫ଟି ଆବେଦନର ଶୁଣାଣି କରୁଛନ୍ତି। ଏହି ଆବେଦନ ବ୍ୟତୀତ ମଙ୍ଗଳବାର ସତ୍ୟପାଠ ଦାଖଲ କରିଥିବା ୧୦୦୦ କୃଷକ ପୃଥକ ଭାବେ ପ୍ରକଳ୍ପ ବିରୋଧରେ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୧.୧୦ ଲକ୍ଷ କୋଟି ଟଙ୍କାର ଏହି ମହାତ୍ୱାକାଂକ୍ଷୀ ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ସହସ୍ରାଧିକ ଚାଷୀ ପ୍ରଭାବିତ ହେବାକୁ ଯାଉଛନ୍ତି। ଫଳରେ ଚାଷୀମାନେ ସତ୍ୟପାଠ ଦାଖଲ କରି ଜମି ଅଧିଗ୍ରହଣକୁ ବିରୋଧ କରିଛନ୍ତି। ଏହାସହ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଜାପାନ ଇଣ୍ଟରନେସନାଲ କୋପରେସନ୍‍ ଏଜେନ୍ସି (ଜେଆଇସିଏ) ସହ ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପ ପାଇଁ ରାଜିନାମା ସ୍ୱାକ୍ଷର ହେବା ପରେ ଗୁଜରାଟ ସରକାର ୨୦୧୩ ଜମି ଅଧିଗ୍ରହଣ ନିୟମକୁ ଦୁର୍ବଳ କରିବା ପାଇଁ ସଂଶୋଧନ କରିଛନ୍ତି। ଏପରି କରି ରାଜ୍ୟ ସରକାର ଜେଆଇସିଏ ନୀତିନୟିମର ଉଲ୍ଲଙ୍ଘନ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ପ୍ରତିପକ୍ଷ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ବୁଲେଟ୍‍ ଟ୍ରେନ୍‍ ଘଣ୍ଟାକୁ ୩୨୦ରୁ ୩୫୦ କିଲୋମିଟର ବେଗରେ ଗତି କରିବ। ଓ ପ୍ରସ୍ତାବିତ ମୁମ୍ବଇ-ଅହମଦାବାଦର ୫୦୦ କିଲୋମିଟର ରାସ୍ତା ମଧ୍ୟରେ ୧୨ଟି ଷ୍ଟେସନ୍‍ ରହିବ। ଏହି ପ୍ରକଳ୍ପ ପାଇଁ ୧,୪୦୦ ହେକ୍ଟର ଜମି ଆବଶ୍ୟକ। ଏଥିପାଇଁ ମହାରାଷ୍ଟ୍ର ଏବଂ ଗୁଜରାଟ ଲୋକଙ୍କଠାରୁ ୧,୧୨୦ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏହି କ୍ରମରେ ପାଖାପାଖି ୬,୦୦୦ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories