www.samajalive.in
Saturday, December 6, 2025
16.1 C
Bhubaneswar

ବିଚାରପତି ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ; ୧୦୦ରୁ ଅଧିକ ସାଂସଦଙ୍କ ସ୍ବାକ୍ଷର

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମି ଅଧିବେଶନ କାଳରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବାକୁ ଯାଉଛି। ବିଚାରପତି ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ଅଧାପୋଡା ୫୦୦ ଟଙ୍କିଆ ନୋଟ୍ ଜବତ ହେବା ଘଟଣାକୁ ନେଇ ତାଙ୍କୁ ବହିଷ୍କାର କରିବା ଲାଗି ଏହି ପ୍ରସ୍ତାବ ଆଗତ ହେବ। ପ୍ରସ୍ତାବ ଆଗତ ଲାଗି ଲୋକସଭା ବାଚସ୍ପତିଙ୍କୁ ଯେଉଁ ନୋଟିସ ଦିଆଯିବାକୁ ପ୍ରସ୍ତୁତ ହୋଇଛି ସେଥିରେ ୧୦୦ରୁ ଅଧିକ ସାଂସଦ ସ୍ବାକ୍ଷର କରିସାରିଲେଣି। ସ୍ବାକ୍ଷର ପ୍ରକ୍ରିୟା ଜାରି ରହିଥିବାବେଳେ ଏହି ସଂଖ୍ୟା ଆଗକୁ ବଢିବ। ସ୍ବାକ୍ଷର କରିଥିବା ସାଂସଦଙ୍କ ମଧ୍ୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳରେ ଅନେକ ସାଂସଦ ରହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଇଥିବା ସୂଚନା ଅନୁଯାୟୀ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହି ପ୍ରସ୍ତାବକୁ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ସମର୍ଥନ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି ଯେ ଏହି ପ୍ରସ୍ତାବରେ ସେମାନେ ଶାସକ ଦଳ ସହିତ ଏକଜୁଟ୍ ହୋଇଛନ୍ତି। ତେଣୁ ଦଳର ୩୫ଜଣ ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇବା ପୂର୍ବକ ନୋଟିସରେ ସ୍ବାକ୍ଷର କରିଛନ୍ତି। ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମହାଭିଯୋଗ ପ୍ରସ୍ତାବକୁ ମିଳିତ ଭାବେ ଗୃହୀତ କରିବା ଲାଗି ମନ୍ତ୍ରୀ ରିଜିଜୁ ସମସ୍ତ ରାଜନୈତିକ ଦଳଙ୍କୁ ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିଚାରପତି ବର୍ମାଙ୍କ ବିରୋଧରେ ଯେଉଁ ମହାଭିଯୋଗ ପ୍ରସ୍ତାବ ଆଗତ ହେବାକୁ ଯାଉଛି ତାକୁ ସରକାରଙ୍କ ପକ୍ଷରୁ ଆଗତ କରାଯାଉ ନାହିଁ। ଏହା ଏକ ମିଳିତ ଏଜେଣ୍ଡା। ରାଜ୍ୟସଭାରେ ନୋଟିସ ଆଗତ କରିବା ଲାଗି ୫୦ ସାଂସଦଙ୍କ ସମର୍ଥନ ଆବଶ୍ୟକ।

ସୁପ୍ରିମକୋର୍ଟ ଓ ହାଇକୋର୍ଟରେ କାର୍ଯ୍ୟରତ ବିଚାରପତିଙ୍କୁ ବହିଷ୍କାର କରିବା ଲାଗି ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥାଏ। ଏହି ପ୍ରସ୍ତାବ ଗୃହର ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ କ୍ରମେ ଗୃହୀତ ହୋଇଥାଏ। ଲୋକସଭା ସହିତ ରାଜ୍ୟସଭାରେ ମଧ୍ୟ ଏହି ପ୍ରସ୍ତାବ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ନିର୍ଦେଶ ଆଧାରରେ ସମ୍ପୃକ୍ତ ବିଚାରପତିଙ୍କୁ ବହିଷ୍କାର କରାଯାଇଥାଏ। ଗତ ମାର୍ଚ୍ଚ ୧୪ ତାରିଖ ରାତିରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମୟରେ ତାଙ୍କ ବାସଭବନରୁ ବିପୁଳ ପରିମାଣର ଅଧାପୋଡା ୫୦୦ ଟଙ୍କିଆ ନୋଟ ମିଳିଥିଲା। ଏହି ଘଟଣା ପରେ ଜଷ୍ଟିସ ବର୍ମା ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ଏହା ସହିତ ଘଟଣାର ତଦନ୍ତ ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ତିନି ଜଣିଆ ବିଚାରପତି କମିଟି ଗଠନ କରିଥିଲେ। ଏହି କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ସିଲ୍ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜିଏସ୍ ସାନ୍ଧୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅନୁ ଶିବରମଣ ସଦସ୍ୟ ରହିଥିଲେ। ତଦନ୍ତ କମିଟି ବିଚାରପତି ବର୍ମାଙ୍କୁ ଏହି ଘଟଣାରେ ଏକପ୍ରକାର ଦୋଷୀ ସାବ୍ୟସ୍ତ କରିଛନ୍ତି। ତଦନ୍ତ କମିଟି ରିପୋର୍ଟ ଆଧାରରେ ତତ୍କାଳୀନ ସି​‌େ​‌ଜଆଇ ଜଷ୍ଟିସ ବର୍ମାଙ୍କୁ ଇସ୍ତଫା ଦେବା ଲାଗି ପ୍ରସ୍ତାବ ଦେଇଥିଲେ। ମାତ୍ର ଜଷ୍ଟିସ ବର୍ମା ଇସ୍ତଫା ଦେବାକୁ ମନା କରିଥିଲେ। ଫଳରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୂର୍ବତନ ସିଜେଆଇ ଖାନ୍ନା ସରକାରଙ୍କୁ ସୁପାରିସ କରିଥିଲେ। ସୁପାରିସ ଆଧାରରେ ବିଚାରପତି ବର୍ମାଙ୍କୁ ବହିଷ୍କାର କରିବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପଟେ ବିଚାରପତି ବର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତି ତଦନ୍ତ କମିଟି ଦେଇଥିବା ରିପୋର୍ଟର ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories