www.samajalive.in
Sunday, December 7, 2025
14.1 C
Bhubaneswar

ସିକିମ: ଗୋଟିଏ ଝଟକାରେ ଶୂନରୁ ୧୦ ହେଲା ବିଜେପି

ଗ୍ୟାଙ୍ଗଟକ : ସିକିମ ରାଜନୀତିରେ ମଙ୍ଗଳବାର ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ପୂୂର୍ବତନ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ପାର୍ଟି ସିକିମ ଡେମୋକ୍ରାଟିକ ପ୍ରଣ୍ଟ (ଏସଡିଏଫ)ର ୧୦ ବିଧାୟକ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।

ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ମଙ୍ଗଳବାର ଅପରାହ୍ଣରେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଉପସ୍ଥିତିରେ ଏସଡିଏଫର ୧୦ ବିଧାୟକ ବିଜେପିରେ ଯୋଗଦେଇଛନ୍ତି। ବିଜେପିରେ ଯୋଗଦେଇଥିବା ବିଧାୟକଙ୍କ ମଧ୍ୟରେ ୫ ଥରର ବିଧାୟକ ଦୋରଜୀ ଶେରିଂ ଲେପ୍‍ଚା, ଡିଆର ଥାପା, କର୍ମା ସୋନେମ ଲେପ୍‍ଚା, କେବି ରାୟ, ଟିଟି ଭୁଟିୟା, ଫରମନ୍ତୀ ତମାଙ୍ଗ, ପେଣ୍ଟି ନାମଗ୍ୟାଲ ଲେପ୍‍ଚା, ରାମ କୁମାରୀ ଥାପା ପ୍ରମୁଖ ଅଛନ୍ତି। ସିକିମର ବିଧାୟକଙ୍କୁ ପାର୍ଟିକୁ ସ୍ୱାଗତ କରି ରାମ ମାଧବ କହିଥିଲେ ଯେ ସିକିମରେ ଗତ ୨୫ ବର୍ଷ ଧରି ଶାସନ କରିଥିବା ଏସଡିଏଫ ଏଥର ବିଧାନସଭା ନିର୍ବାଚନରେ ମାତ୍ର ୧୫ଟି ଆସନରେ ବିଜୟୀ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଦୁଇ ଦୁଇଟି ଆସନରେ ବିଜୟୀ ହୋଇଥିଲେ। ଏହି କ୍ରମରେ ଆସନ ସଂଖ୍ୟା ୧୩କୁ ଖସିଆସିଥିଲା। ୧୩ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ବିଜେପି ଅଧ୍ୟକ୍ଷ ଅମିତ ଶାହା, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମାର୍ଗଦର୍ଶନ ଅନୁସାରେ ଏସଡିଏଫ ବିଧାୟକଙ୍କୁ ବିଜେପିରେ ସାମିଲ କରାଯାଇଛି।

- Advertisement -

ପ୍ରକାଶଯୋଗ୍ୟ ଯେ ପବନ କୁମାର ଚାମଲିଙ୍ଗଙ୍କ ପାର୍ଟି ସିକିମ ଡେମୋକ୍ରାଟିକ ପଣ୍ଟ (ଏସଡିଏଫ) ରାଜ୍ୟରେ ପାଖାପାଖି ୨୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ଥିଲା। ଏଥର ବିଧାନସଭା ନିର୍ବାଚନରେ ଏସଡିଏଫ ପରାଜୟ ଲାଭ କରିଥିଲା। ୨୦୧୩ରେ ଅସ୍ଥିତ୍ୱକୁ ଆସିଥିବା ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ୧୭ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories