mission shakti banner

ଦଶ ଲକ୍ଷ ବିନିଯୋଗ କରି ୧୦୦ କୋଟି ରୋଜଗାର

BSKY banner  750×100
0

ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଜଣେ ଭାରତୀୟ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ୧୦୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଆଶୀଷ ଗୁପ୍ତା ନାମକ ବ୍ୟକ୍ତି ଫିଲ୍ପକାର୍ଟରେ ୨୦୦୯ ମସିହାରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ଓ୍ୱାଲମାର୍ଟକୁ ଫ୍ଲିପକାର୍ଟ ବିକ୍ରି ହେବାପରେ ତାଙ୍କର ଅଂଶଧନର ମୂଲ୍ୟ ୧୦୦ କୋଟି ଟଙ୍କା ହୋଇଯାଇଛି ।

ଆଶୀଷ ଗୁପ୍ତା ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନସ୍‌ରେ ସ୍ନାତକତର ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ଆମେରିକାର ଷ୍ଟାନଫର୍ଡରୁ ମ୍ୟାନେଜମେଣ୍ଟରେ ପିଏଚ୍‌ଡି କରିଛନ୍ତି । ୧୯୯୮ରେ ସେ ଆରମ୍ଭ କରିଥିବା ଜଙ୍ଗଲି .କମ୍‌କୁ ଆମାଜନ୍‌କୁ ୧୯୯୮ ମସିହାରେ ୨୪୦ ମିଲିୟନ ଆମେରିକୀୟ ଡଲାରରେ ବିକ୍ରି କରିଥିଲେ । ୨୦୦୯ ମସିହାରେ ୧୦ ଲକ୍ଷ ଟଙ୍କା ଫ୍ଲିପକାର୍ଟରେ ବିନିଯୋଗ କରିଥିଲେ । ଏବେ ତାହା ୧୦୦ କୋଟି ଟଙ୍କାରେ ପହଞ୍ଚିଛି ।

Leave A Reply