www.samajalive.in
Sunday, December 7, 2025
23.1 C
Bhubaneswar

ଗୁଗୁଲ ପ୍ଲେ ଷ୍ଟୋରର ୬୦ଟି ଆପ୍‌ ବିପଦଜନକ -୧୦ କୋଟି ଡାଉନ୍‌ଲୋଡ୍‌ ହୋଇଛି, ଏଥିରେ ରହିଛି ବିପଦପୂର୍ଣ୍ଣ ମାଲଓ୍ୱାର

ଭୁବନେଶ୍ୱର/ନ୍ୟୁୟର୍କ- ଆଣ୍ଡ୍ରଏଡ୍‌ ଫୋନ୍‌ରେ ବ୍ୟବହାର ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ ବିଭିନ୍ନ ଆପ୍‌ ଡାଉନ୍‌ ଲୋଡ କରାଯାଇଥାଏ । ହେଲେ ଗୁଗୁଲ୍‌ ପ୍ଲେଷ୍ଟୋରରୁ ଡାଉନ୍‌ ଲୋଡ କରାଯାଇଥିବା ୬୦ଟି ଲୋକପ୍ରିୟ ଆପ୍‌ରେ ଗୋଲ୍ଡସନ୍‌ ନାମକ ମାଲ୍ଓ୍ୱାର ରହିଛି । ଏହା ଫୋନ୍‌ରୁ ବିଭିନ୍ନ ତଥ୍ୟ ଚୋରି କରିପାରେ ଏବଂ ବିପଦଜନକ ମଧ୍ୟ ହୋଇପାରେ ।

ଏହି ୬୦ଟିଆପ୍‌କୁ ୧୦ କୋଟିରୁ ଅଧିକ ଲୋକ ଡାଉନ୍‌ଲୋଡ୍‌ କରିଛନ୍ତି । ଗୋଲ୍ଡସେନ୍‌ ମାଲଓ୍ୱାରକୁ ଡେଭଲପର୍‌ମାନେ ଭୁଲ୍‌ରେ ଆଡ୍‌ କରିଛନ୍ତି । ଜିଓଏମ୍‌, ଏଲ୍ ପଏଣ୍ଟ, ସ୍ୱାଇପ୍‌ ବ୍ରିକ୍‌ ବେକର, ମନି ମ୍ୟାନେଜର ଏହି ପରି ୬୦ଟି ଆପ୍‌ରେ ଏହି ମାଲ୍‌ଓ୍ୱାର ରହିଛି ।

- Advertisement -

ଏହି ଆପ୍‌ ଡାଉନ୍‌ଲୋଡ୍ କରିବା ପରେ ପଞ୍ଜିକରଣ କଲାବେଳେ ଏହା ମାଲ୍ଓ୍ୱାରର ସର୍ଭର ସହ ଯୋଡି ହୋଇଥାଏ । ଏହାପରେ ଆପଣଙ୍କ ଫୋନ୍‌ରୁ ବିଭିନ୍ନ ତଥ୍ୟ ଏହା ହାସଲ କରିଥାଏ । ଅନେକ ଆପ୍‌କୁ ସେମାନଙ୍କ ଡେଭଲପର୍‌ ମାଲଓ୍ୱାର ମୁକ୍ତ କରିଛନ୍ତି । ମାତ୍ର ଏବେ ବି କିଛି ଆପ୍‌ରେ ଏହି ମାଲ୍ଓ୍ୱାର ରହିଛି ।

କେବଳ ଗୁଗୁଲ ପ୍ଲେଷ୍ଟୋର ରୁ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଆପ୍‌ଲୋଡ୍‌ କରନ୍ତୁ । ଅନ୍ୟ ସ୍ଥାନର ଥାର୍ଡପାର୍ଟି କିମ୍ବା ଅନଲାଇନ୍‌ ବିଭିନ୍ନ ସାଇଟ୍‌ରୁ ଆପ୍‌ ଇନ୍‌ଷ୍ଟଲ କରୁଥିଲେ  ବିପଦ ରହିଛି । ସୁରକ୍ଷିତ ରହିବା ଭଲ ଭୁଲ୍‌ ହୋଇଯାଇଛି କହିବା ଅପେକ୍ଷା ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories