୭ ଉଦ୍ୟମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

0

ନୂଆଦିଲୀ: ଗତ କାଲି ପବିତ୍ର ଗୁରୁଦିବସରେ ଦେଶର ଦକ୍ଷତା ବିକାଶର ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ପାଇଁ ବିଭିନ୍ନ ଉଦ୍ୟମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁଦିବସରେ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ତାଲିମ ଦେଇ ଦେଶ ବିକାଶ ପ୍ରକ୍ରିୟାକୁ ସୁଦୃଢ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଆଇଟିଆଇ ଗୁଡିକୁ ଏହି ଅବସରରେ ସେମାନଙ୍କର ଦକ୍ଷ ମାନବ ସମ୍ବଳ ନିର୍ମାଣରେ ଗୁରୁତ୍ୱପୂର୍ଣ ଭୂମିକା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ନୂଆଦିଲୀ ଠାରେ ଏକ ବିଶେଷ ଉତ୍ସବରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ ୭ଟି ମୁଖ୍ୟ ଉଦ୍ୟମର ଶୁଭାରମ୍ଭ କରିଛନ୍ତି। ଦେଶରେ ଦକ୍ଷତା ବିକାଶରେ ତାଲିମ ନେଉଥିବା ଯୁବପୀଢି ମଧ୍ୟରେ ସାରା ଦେଶରେ ସମାନତା ଆଣିବା ପାଇଁ ଏକପ୍ରକାରର ପାଠ୍ୟକ୍ରମ ପ୍ରଚଳନ ପାଇଁ ନ୍ୟାସନେଲ ସ୍କିଲ କ୍ୱାଲିଫିକେସନ ଫ୍ରେମଓାର୍କ ତରଫରୁବ୍ୟବସ୍ଥା ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ନବସୃଜନ ଓ ଡିଜିଟାଲ ଜ୍ଞାନକୁ ଆଗକୁ ବଢାଇବା ପାଇଁ ଡିଜିଟି, ଏନଏସଡିସି ଓ ଆବୋଡଇଣ୍ଡିଆ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷାରିତ କରାଯାଇ ଆବୋଡଡିଜିଟାଲ ଦିଶା କାଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ନିଯୁକ୍ତି ସମ୍ଭାବନା ଆଧାରରେ ଦକ୍ଷତା ବିକାଶ ଯୋଜନା ପାଇଁ ଏନଏସଡିସି ଓ ଆଇବିଏମ ଇଣ୍ଡିଆ ମଧ୍ୟରେ ଏହି ଯୋଜନାରେ ନୂଆ ଜ୍ଞାନ କୌଶଳ ଯଥା ଏ-୧, କ୍ଲାଉଡ, ବିଗ୍‍ ଡାଟା ଓ ସାଇବର ସିକ୍ୟୁରିଟି ଉପରେ ନୂଆ ପୀଢିର ଦକ୍ଷତା ବିକାଶ କରାଯିବ।
ପ୍ରଥମଥର ପାଇଁ ୫ଟି ଟ୍ରେଡରେ ଆଇଟିଆଇ ଖୋଲିବା ପାଇଁ ପୁଣେ କ୍ୟାଂଟନମେଂଟକୁ ଅନୁମତି ପ୍ରଦାନ କରାଯାଇଛି। ଅନ୍ୟ କ୍ୟାଂଟନମେଂଟ ଗୁଡିକରେ ଭବିଷ୍ୟତରେ ଏହି ସୁବିଧା ଗୁଡିକ ଉପଲବ୍ଧ କରାଯିବ। ଆଇଟିଆଇ ଗୁଡିକରେ ଉତମ ତାଲିମ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ କୁଶଳୀ ବ୍ୟକ୍ତିମାନଙ୍କୁ ମାସିକିଆ ରେକଗନାଇଜେସନ ଅଫ ପ୍ରାୟର ଲର୍ଣ୍ଣିଂ ଯୋଜନା ମାଧ୍ୟମରେ ତାଲିମ ଦିଆଯିବା ପାଇଁ ବ୍ୟବସ୍ଥା ତିଆରି ହୋଇଛି ା ବିନାଚାଳକରେ ଆକାଶରେ ଡ୍ରୋନ ଉଡାଇବା ପାଇଁ ପାଇଲଟ ଟ୍ରେନିଂର ଏକ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛିା ବେସାମରିକ ବିମାନ ଚଳାଚଳ ବିଭାଗର ନୀତି ଆଧାରରେ ଡ୍ରୋନ ଚାଳକ ମାନଙ୍କ ପାଇଁ ଏହି ପାଠ୍ୟକ୍ରମ ଆରମ୍ଭ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଆବୋଡ ଇଣ୍ଡିଆ ଓ ଆଇବିଏମ ପରି ପ୍ରତିଷ୍ଠିତ ଆଇଟି କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ।

Leave A Reply