www.samajalive.in
Thursday, December 11, 2025
27.1 C
Bhubaneswar

୫୦୦ ବର୍ଷ ପୁରାତନ ପୋଲର କାହାଣୀ

ଏକବିଂଶ ଶତାବ୍ଦୀରେ ଆମେ ପହଞ୍ଚି ମଧ୍ୟ ପୁରାତନ ନିୟମ ଓ ପରମ୍ପରା ସହ ଘନିଷ୍ଠତାର ସହ ବାନ୍ଧିହୋଇରହିଛେ। ଏହାର ଏକ ସୁନ୍ଦର ଉଦାହରଣଟିଏ ହେଲା ପେରୁର ଆଦିବାସୀ ଗ୍ରାମ କୁଜକୋର ପାରମ୍ପାରିକ ପୋଲ। ଆଦିବାସୀ ଲୋକେ ଏକ ପାର୍ବତୀୟ କ୍ଷେତ୍ରରେ ରହୁଛନ୍ତି। ସେଠାର ଏମ୍ପୁରିମିକ୍ ନଦୀ ଉପରେ ନିର୍ମିତ ପୋଲ ସହ ନିକଟସ୍ଥ ସହରର ଯୋଗାଯୋଗ ରହିଛି। ୨୨୦ ଫୁଟ୍ ଉଚ୍ଚତା ଓ ୧୧୮ ଫୁଟ୍ ଲମ୍ବା ଏହି ପୋଲରେ ଦୈନିକ ଶହଶହ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ନିୟମିତ ଯା’ଆସ କରନ୍ତି। ଏଇ ପୋଲ ନିର୍ମାଣ ପଛରେ ସୁନ୍ଦର ଲୋକକଥା ରହିଛି। ପ୍ରାୟ ୫୦୦ ବର୍ଷ ତଳର ଘଟଣା। ପର୍ବତର ଆଦିବାସୀ ବାହାର ଦୁନିଆ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କାରଣ ଯୋଗାଯୋଗର ଏକମାତ୍ର ମାଧ୍ୟମ ଥିଲା ନଦୀ। ତେବେ ନଦୀ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଅଧିକାଂଶ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଉଥିଲା। ସେ ସମୟରେ ଲୋକେ ଚିନ୍ତା କଲେ ପୋଲଟିଏ ତିଆରି ହୋଇପାରିଲେ ଯୋଗାଯୋଗ ସମ୍ଭବ ହୋଇପାରନ୍ତା। ପର୍ବତର ଜଙ୍ଗଲୀ ଘାସରେ ମଜବୁତ୍ ଦଉଡ଼ି ତିଆରି କରି ତାହାକୁ ପୋଲ ନିମନ୍ତେ ବ୍ୟବହାର କରାଗଲା। ଗତ ୫୦୦ ବର୍ଷ ହେଲାଣି, ସେଠା ନିୟମ ଅନୁସାରେ ପ୍ରତି ବର୍ଷ ନୂଆ ଦଉଡ଼ିରେ ପୋଲ ତିଆରି କରାଯାଏ। ଗ୍ରାମର ବୟୋଜ୍ୟେଷ୍ଠ ଲୋକଙ୍କ କହିବାନୁସାରେ, ଯେତେ ଝଡ଼ବତାସ ହେଲେ ମଧ୍ୟ ପୋଲ ତାଙ୍କର ଭାଙ୍ଗେନାହିଁ। ୧୦୦ ଫୁଟ୍ ଲମ୍ବ ଏହି ପୋଲ ଚଳିତଥର ମାତ୍ର ୩ଦିନରେ ଗାଁଲୋକେ ତିଆରି କରିପାରିଛନ୍ତି। ୨୦୧୩ରେ ଏଇ ପୋଲକୁ ‘ବିଶ୍ବ ଐତିହ୍ୟ’ରେ ସ୍ଥାନ ଦିଆଯାଇଛି। ପର୍ଯ୍ୟଟକମାନେ ମଧ୍ୟ ପୋଲର ଏ ଦୃଢ଼ତା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories