BJD Bijuli 480×75 Mob

୩ ମାସ ପାଇଁ ଓକିଲଙ୍କୁ କଳା କୋର୍ଟରୁ ମୁକ୍ତି

BJD Bijuli 480×75 Mob
0

ଇନ୍ଦୋର: ଓକିଲଙ୍କ ପରିଚୟର ସଙ୍କେତ କଳା କୋର୍ଟ । କେବଳ କଳା କୋର୍ଟରୁ ଓକିଲଙ୍କୁ ଚିହ୍ନାଯାଇଥାଏ। ଖରା, ବର୍ଷା ଓ ଶୀତ ସବୁ ସମୟରେ ଆଇନଜୀବୀମାନେ ନ୍ୟାୟାଳୟରେ କୋର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥାନ୍ତି। ମେ’ ଓ ଜୁନ୍‌ ମାସର ଭୀଷଣ ଗ୍ରୀଷ୍ମ ପ୍ରବାହ ବେଳେ ମଧ୍ୟ ସମାନ ସ୍ଥିତି ରହିଥାଏ। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶରେ ପ୍ରାୟ ଏକ ଲକ୍ଷ ଆଇନଜୀବୀ କଳା କୋର୍ଟରୁ ମୁକ୍ତି ପାଇବାକୁ ଯାଉଛନ୍ତି। କିନ୍ତୁ ଏହା ସାମୟିକ। ଆସନ୍ତା ୧୫ ଏପ୍ରିଲରୁ ୩ ମାସ ପର୍ଯ୍ୟନ୍ତ ଜିଲା ନ୍ୟାୟାଳୟ ଓ ଅନ୍ୟ ନିମ୍ନ ଅଦାଲତରେ କାର୍ଯ୍ୟରତ ଆଇନଜୀବୀମାନେ କଳା କୋର୍ଟ ପିନ୍ଧିବାରୁ ମୁକ୍ତି ପାଇବେ। ରାଜ୍ୟ ଅଧିବକ୍ତା ପରିଷଦର ଜଣେ ପଦାଧିକାରୀଙ୍କ କହିବାନୁସାରେ, ଗ୍ରୀଷ୍ମ ଋତୁରେ ଆଇନଜୀବୀମାନେ କଳା କୋର୍ଟ ପିନ୍ଧିବା ଯୋଗୁ ସମସ୍ୟା ଭୋଗୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରଦେଶର ସମସ୍ତ ନ୍ୟାୟାଳୟରେ ୧୫ ଏପ୍ରିଲରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ରହିବ।

Leave A Reply