www.samajalive.in
Tuesday, December 9, 2025
15.1 C
Bhubaneswar

୩୬ ଘଣ୍ଟା ପରେ ରେଳ ଚଳାଚଳ ସାମାନ୍ୟ

ସମ୍ବଲପୁର : ବଙ୍ଗୋପସାଗରରେ ଲଘୁ ଚାପ ସୃଷ୍ଟି ହୋଇଥିବାରୁ ଏବେ ସାରା ରାଜ୍ୟରେ ପ୍ରବଳ ବର୍ଷା ଚାଲୁ ରହିଛି। ଏଥି ପାଇଁ ବହୁ ଅଞ୍ଚଳରେ ବନ୍ୟା ଦେଖାଯାଉଥିବାରୁ ରେଳ ଚଳାଚଳ ରାଜ୍ୟରେ ବ୍ୟାହତ ହେଉଛି। ଏହି କ୍ରମରେ ଏବେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ଚାଲୁ ରହିଥିବାରୁ ସମ୍ବଲପୁର ରେଳ ମଣ୍ଡଳରେ ଗତ କାଲି ଠାରୁ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ତେବେ ପ୍ରାୟ ୩୦ ରୁ ୩୬ ଘଣ୍ଟା ପର୍ଯ୍ୟନ୍ତ ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ସମ୍ବଲପୁର – ଟିଟିଲାଗଡ ସେକ୍ସସନ ମଧ୍ୟରେ ରହିଥିବା ଦେଓଗାଁ ରୋଡ– ବରଗଡ, ଲୋଇସିଂହା–ବଲାଙ୍ଗିର ଏବଂ ବରପାଲି–ଡୁଙ୍ଗୁରୀପାଲି ଷ୍ଟେସନ ମଧ୍ୟରେ ରହିଥିବା ରେଳ ଧାରଣା ଗୁଡିକ ଉପରେ ବନ୍ୟା ଜଳ ରହିଥିବା ବେଳେ ଏବେ ବନ୍ୟା ଜଳ ଅପସରିଯାଇଛି। ଏଣୁ ବୁଧବାର ଅପରାହ୍ନରୁ ସମ୍ବଲପୁର ରେଳ ମଣ୍ଡଳ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଗୁଡିକ ସେମାନଙ୍କ ନିର୍ଦ୍ଧାରିତ ପଥରେ ଯାତାୟାତ କରିବା ଆରମ୍ଭ କରିଛନ୍ତି। ତେବେ ଟ୍ରେନ ନଂ ୦୮୩୦୧ ସମ୍ବଲପୁର–ବନସୱାଡି ଏକ୍ସପ୍ରେସ ଗତକାଲି ବିଳମ୍ବରେ ସମ୍ବଲପୁର ପହଞ୍ଚି ଥିବାରୁ ସେହି ଟ୍ରେନଟି ସମ୍ବଲପୁରରୁ ତାର ପୁର୍ବ ନିର୍ଦ୍ଧାରିତ ସମୟ ସକାଳ ୯ଟା ୩୦ରେ ଛାଡିବା ପରିବର୍ତ୍ତେ ଅପରାହ୍ନ ୩ଟା ୩୦ରେ ବନସୱାଡି ଅଭିମୁଖେ ଯାତ୍ରାରମ୍ଭ କରିଛି। ପୂର୍ବରୁ ବୁଧବାର ପାଇଁ କିଛି ଟ୍ରେନ ଗୁଡିକର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ସେଗୁଡିକୁ ସ୍ଥିତି ସାମାନ୍ୟ ହେବା ପରେ ସେମାନଙ୍କର ନିର୍ଦ୍ଧାରିତ ପଥ ଦେଇ ଚଳାଚଳ କରାଯାଉଛି ବୋଲି ବୁଧବାର ଅପରାହ୍ନରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories