BJD Bijuli 480×75 Mob

୩ରେ ଶପଥ ନେବେ ଜଷ୍ଟିସ ଗୋଗଇ!

BJD Bijuli 480×75 Mob
0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ରଞ୍ଜନ ଗୋଗଇଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବା ଲାଗି ପ୍ରଧାନ ବିଚାରପତି ଦୀପକ ମିଶ୍ର ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖି ସୁପାରିସ କରିଛନ୍ତି। କେନ୍ଦ୍ର ସରକାର ଯଦି ଏହି ସୁପାରିସକୁ ମଞ୍ଜୁରୀ ଦିଅନ୍ତି ତା’ହେଲେ ଅକ୍ଟୋବର ୩ରେ ଜଷ୍ଟିସ ଗୋଗଇ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଆଇନ ମନ୍ତ୍ରଣାଳୟ ଆଗାମୀ ଦିନରେ ପ୍ରଧାନବିଚାରପତି ମିଶ୍ରଙ୍କ ସୁପାରିସ ସମ୍ବଳିତ ଚିଠି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବ। ପ୍ରଧାନମନ୍ତ୍ରୀ ଏହା ଉପରେ ନିଜର ନିଷ୍ପତ୍ତି ପୂର୍ବକ ରାଷ୍ଟ୍ରପତିଙ୍କୁ ସୁପାରିସ କରିବେ। ଯଦି ସୁପାରିସ କରାଯାଇଥିବା ବିଚାରପତିଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କରିବା ନେଇ କୌଣସି ସନ୍ଦେହ ପ୍ରକାଶ ପାଏ ତା’ହେଲେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନଙ୍କ ସହିତ ଯୋଗାଯୋଗ କରାଯିବାର ବ୍ୟବସ୍ଥା ରହିଛି। ଅକ୍ଟୋବର ୨ରେ ଜଷ୍ଟିସ ମିଶ୍ର ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ପରବର୍ତ୍ତୀ ବିଚାରପତିଙ୍କ ନାମ ସୁପାରିସ କରିବାକୁ କେନ୍ଦ୍ର ସରକାର ଜଷ୍ଟିସ ମିଶ୍ରଙ୍କୁ କହିଥିଲେ।

Leave A Reply