BJD Bijuli 480×75 Mob

+୨ ଖାତା ମୂଲ୍ୟାୟନ ଆଜିଠାରୁ

BJD Bijuli 480×75 Mob
0

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ଉଭୟ ଅନ୍‍ଲାଇନ୍‍(ଇ-ମୂଲ୍ୟାୟନ) ଓ ଅଫ୍‍ଲାଇନ୍‍ରେ ମୂଲ୍ୟାୟନ ଏପ୍ରିଲ୍‍ ୪  ବୁଧବାରଠାରୁ ଆରମ୍ଭ ହେବ । ପ୍ରାୟ ୨୫ ଲକ୍ଷ ଯୁକ୍ତ ଦୁଇ ଉତ୍ତରଖାତା ମୂଲ୍ୟାୟନ ପାଇଁ ୧୫ହଜାର ଶିକ୍ଷକଙ୍କ ଆବଶ୍ୟକତା ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମିଳିତ ଶିକ୍ଷକ ମଞ୍ଚ ତଥା ବ୍ଲକ ଗ୍ରାଣ୍ଡ ଅଧ୍ୟାପକ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏହାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମାତ୍ର ପରିଷଦ ପକ୍ଷରୁ କୁହାଯାଇଛି ଯେ ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଯୁକ୍ତ ଦୁଇ ଉତ୍ତରଖାତା ମୂଲ୍ୟାୟନ କରିବା ପାଇଁ ଚିଠି ଯାଇନାହିଁ। ସେମାନଙ୍କ ଅନୁପସ୍ଥିତିରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଉଭୟ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜର ଶିକ୍ଷକ ଯୁକ୍ତ ଦୁଇ ଉତ୍ତରଖାତା ମୂଲ୍ୟାୟନ କରିବାକୁ ସେମାନଙ୍କ ନିକଟକୁ ଚିଠି ଯାଇଛି। ଆସନ୍ତାକାଲି ସୁଦ୍ଧା ସେମାନେ କେନ୍ଦ୍ରରେ ଯୋଗଦେବାକୁ କୁହାଯାଇଛି। +୨ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ ମୂଲ୍ୟାୟନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ୪ରୁ ୧୪ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ୍‍ ୧୬ରୁ ୨୬ପର୍ଯ୍ୟନ୍ତ ଚାଲିବ। ଶାନ୍ତିଶୃଙ୍ଖଳାର ସହ ମୂଲ୍ୟାୟନ ପ୍ରକ୍ରୟା ସମ୍ପନ୍ନ କରାଯିବା ନେଇ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ପରୀକ୍ଷା ଉପନିୟନ୍ତ୍ରକ ଡ.ପ୍ରବୋଧ କୁମାର ପଣ୍ଡା କହିଛନ୍ତି। ଏ ବର୍ଷ ୫୬ଟି କେନ୍ଦ୍ରରେ ଯୁକ୍ତ ଦୁଇ ଉତ୍ତରଖାତା ମୂଲ୍ୟାୟନ ହେବ। ଜେଇଇ ମେନ୍‍, ଜେଇଇ ଆଡ୍‍ଭାନ୍ସଡ୍‍, ମେଡ଼ିକାଲ୍‍ ନାମଲେଖା ନିଟ୍‍, ନାଇଜର, ଆଇଜର, ଓଜେଇଇ ସମେତ ବିଭିନ୍ନ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରବେଶିକାକୁ ଦୃଷ୍ଟିରେ ରଖି ଏ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରାଯିବ।

Leave A Reply