www.samajalive.in
Saturday, December 13, 2025
23.1 C
Bhubaneswar

ହରମନପ୍ରୀତଙ୍କ ହ୍ୟାଟ୍ରିକ୍‍; କୋରିଆକୁ ହରାଇ ଶୀର୍ଷରେ ଭାରତ

ମସ୍କାଟ୍‍: ଏଠାରେ ଚାଲିଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ବୁଧବାର ଭାରତ ତା’ର ୫ମ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ ବିଜୟୀ ହୋଇଛି। ପେନାଲ୍‍ଟି କର୍ଣ୍ଣର ବିଶେଷଜ୍ଞ ହରମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍‍ ବଳରେ କୋରିଆକୁ ୪-୧ ଗୋଲ୍‍ରେ ଭାରତ ପରାସ୍ତ କରିଛି। ଫଳରେ ୪ର୍ଥ ବିଜୟ ସହ ଭାରତ ଲିଗ୍‍ ପର୍ଯ୍ୟାୟ ଶେଷକରିଛି। ପୁଣି ସର୍ବାଧିକ ୧୩ ପଏଣ୍ଟ ସହ ଗତଥରର ଚମ୍ପିଆନ୍‍ ଭାରତ ଟେବୁଲ ଶୀର୍ଷରେ ରହିବା ନିଶ୍ଚିତ କରିଛି। ଭାରତ ଶୀର୍ଷରେ ରହିଥିବାରୁ ଲିଗ୍‍ରେ ୪ର୍ଥ ସ୍ଥାନରେ ଥିବା ଦଳ ବିପକ୍ଷରେ ୨୭ରେ ସେମିଫାଇନାଲ ଖେଳିବ।
ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ୪ ମିନିଟରେ ଭାରତର ରିଭ୍ୟୁରୁ ଏହାକୁ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ଗୋଲ୍‍ଦେଇ ଦଳକୁ ୧-୦ ଗୋଲ୍‍ରେ ଆଗୁଆ କରିଥିଲେ। ପରେ ଭାରତ ଅଧିକ ଆକ୍ରମଣ କରିଥିଲା। ୯ ମିନିଟରେ ଗୋଲ୍‍ ସମ୍ମୁଖରୁ ଆକାଶଦୀପ ସିଂହଙ୍କ ରିଭର୍ସ ହିଟ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୧୦ମ ମିନିଟରେ ଭାରତ ୨-୦ରେ ଆଗୁଆ ହୋଇ ଯାଇଥିଲା। ଗୁରଜାନ୍ତ ସିଂହ ଦଳ ପାଇଁ ୨ୟ ଗୋଲ୍‍ ଦେଇଥିଲେ। ୨ୟ କ୍ୱାର୍ଟରରେ କୋରିଆ ଆକ୍ରମଣାତ୍ମକ ହକି ଖେଳିଥିଲା। ଏହାକୁ ସୁଫଳ ମିଳିଥିଲା। ୨୦ ମିନିଟରେ ଲି ସ୍ୟୁନ୍‍ଜିଲ୍‍ ଦର୍ଶନୀୟ ଗୋଲ୍‍ ଦେଇଥିଲେ। ୨୨ ମିନିଟରେ କୋରିଆ ପେନାଲ୍‍ଟି କର୍ଣ୍ଣର ମାରିଥିଲେ ହେଁ ବଲ୍‍କୁ ବାହାରକୁ ମାରିଥିଲେ। ଏହିପରି ମଧ୍ୟାନ୍ତର ସୁଦ୍ଧା ଭାରତ ୨-୧ ଗୋଲ୍‍ରେ ଆଗୁଆ ରହିଥିଲା। ୩୧ ମିନିଟରେ କୋରିଆ ଗୋଲ୍‍ ଦେଇଥିଲେ ହେଁ ଭାରତ ଏହା ବିରୋଧରେ ଅପିଲ କରିଥିଲା। ୩ୟ ଅମ୍ପାୟାର ଗୋଲ୍‍କୁ ନାକଚ କରି ଦେଇଥିଲେ। ୩୫ ମିନିଟରେ କୋରିଆର ପେନାଲ୍‍ଟି କର୍ଣ୍ଣରକୁ ଭାରତୀୟ ଖେଳାଳି ରୋକି ପାରିଥିଲେ। ୩ୟ କ୍ୱାର୍ଟର ଶେଷଆଡ଼କୁ ଭାରତୀୟ ରକ୍ଷାପନ୍ଥୀଙ୍କୁ କୋରିଆ ଫରୱାର୍ଡ ଚାପରେ ରଖି ପାରିଥିଲେ। ୪୬ ମିନିଟରେ ଭାରତକୁ ମ୍ୟାଚ୍‍ର ୩ୟ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ବ୍ୟକ୍ତିଗତ ୨ୟ ଏବଂ ଦଳ ପାଇଁ ୩ୟ ଗୋଲ୍‍ ଦେଇଥିଲେ। ୪୯ ମିନିଟରେ ମନଦୀପ ସିଂହ ଗୋଲ୍‍ଦେବା ସୁଯୋଗ ଛାଡ଼ିଥିଲେ। ପରେ କୋରିଆକୁ କ୍ରମାଗତ ୨ଟି ପେନାଲ୍‍ଟି କର୍ଣ୍ଣର ମିଳିଥିବା ବେଳେ ଭାରତୀୟ ଗୋଲ୍‍ରକ୍ଷକ କ୍ରିଷନ୍‍ ପାଠକ ଉଭୟଥର ବଲ୍‍ ରୋକି ଦେଇଥିଲେ। ୫୯ ମିନିଟରେ ଭାରତକୁ ମ୍ୟାଚ୍‍ର ୪ର୍ଥ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ଦଳ ପାଇଁ ୪ର୍ଥ ଗୋଲ୍‍ ଦେଇଥିଲେ ହରମନପ୍ରୀତ ସିଂହ। ୩ୟ ଗୋଲ୍‍ ସହ ହରମନପ୍ରୀତ ହ୍ୟାଟ୍ରିକ୍‍ ପୂରଣ କରିଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories