www.samajalive.in
Saturday, December 6, 2025
14.1 C
Bhubaneswar

ହକି ବିଶ୍ୱକପର ସଫଳ ଆୟୋଜନ: ଅଭିନନ୍ଦନ ଜଣାଇଲେ ମୋଦୀ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ-୨୦୧୮ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉତ୍ସାହଭରା ବାର୍ତ୍ତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ହକି ବିଶ୍ୱକପର ଅଭୂତପୁର୍ବ ସଫଳତା ପ୍ରଧାମନମନ୍ତ୍ରୀଙ୍କୁ ଅଭିଭୂତ କରିଛି। ଏହାର ଆୟୋଜନ ଏବଂ ଉପଯୁକ୍ତ ପରିଚାଳନାରେ ଯେଉଁମାନେ କଠିନ ପରିଶ୍ରମ କରିଛନ୍ତି ସେମାନେ ପ୍ରଶଂସାର ପାତ୍ର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟୁଇଟରେ କହିଛନ୍ତି । ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ୧୮ ଦିନ ଧରି ଚାଲିଥିବା ହକିର ଏହି ମହାକୁମ୍ଭର ରବିବାର ପରିସମାପ୍ତି ଘଟିଛି । ଏଥିରେ ବିଶ୍ୱର ୧୬ଟି ଦେଶର ଖେଳାଳି ଅଂଶ ଗ୍ରହଣ
କରିଥିଲେ ।
ବିଦେଶୀ ପର୍ଯ୍ୟଟକ ଓ କ୍ରୀଡ଼ାପ୍ରେମୀ, ଦେଶର ନାମୀଦାମୀ କଳାକାର, କ୍ରୀଡ଼ାବିତ ଓ କ୍ରୀଡ଼ା ସଂଗଠକଙ୍କର ଭୁବନେଶ୍ୱରରେ ସମାଗମ ହୋଇଥିଲା । ସେମାନେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ମ୍ୟାଚ ଦେଖି ଆୟୋଜନର ପ୍ରଶଂସା କରିଛନ୍ତି। ଏହି ଆୟୋଜନ ଅବସରରେ ଓଡ଼ିଶା ସରକାର ଓ ରାଜ୍ୟବାସୀ ଦେଖାଇଥିବା ଆନ୍ତରିକତା ଓ ଆତିଥ୍ୟ ତାଙ୍କୁ ପ୍ରଭାବିତ କରିଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ସେ ଟୁଇଟରେ ଲେଖିଛନ୍ତି, ବିଶ୍ୱକପ ଫାଇନାଲରେ ବେଲଜିୟମ ଓ ନେଦରଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଉଭୟଦଳ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଏହା ସ୍ମରଣୀୟ ହୋଇ ରହିବ । ହକିପ୍ରେମୀଙ୍କ ପାଇଁ ବିଶ୍ୱକପ ଏକ ସୁଯୋଗ ନେଇ ଆସିଥିଲା । ଏଥିରେ ଖେଳା ଯାଇଥିବା ୩୬ଟି ମ୍ୟାଚ ବ୍ୟକ୍ତିଗତ ଓ ଦଳଗତ ପ୍ରଦର୍ଶନର ଉତ୍କୃଷ୍ଟ ଉଦାହରଣ । ବିଶ୍ୱକପ ଦେଶ ବିଦେଶରେ ଯୁବପିଢ଼ିଙ୍କୁ ହକି ପ୍ରତି ଆକୃଷ୍ଟ କରିଥିବା ମୋଦୀ ଏଥିରେ ଲେଖିଛନ୍ତି ।
ମୋଦୀଙ୍କ ଟୁଇଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି। ନବୀନ ତାଙ୍କ ଟୁଇଟରେ ବିଶ୍ୱକପ ଆୟୋଜନର ସଫଳତା ପରିପ୍ରେକ୍ଷୀରେ ମୋଦୀଙ୍କ ଉତ୍ସାହଜନକ ବାର୍ତ୍ତା ଯୋଗୁଁ ତାଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ମହାକୁମ୍ଭର ଆୟୋଜନ ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories