BJD Bijuli 480×75 Mob

ସ୍ମାର୍ଟ ଗ୍ରାମ ‘ବେଣ୍ଡି ଗାଁ’

BJD Bijuli 480×75 Mob
0

ହରିୟାଣାର ଯମୁନାନଗର ମୁଖ୍ୟାଳୟଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ ‘ବେଣ୍ଡି ଗାଁ’। ନଗର-ମହାନଗରର ଲୋକେ ସ୍ବଚ୍ଛତାର ଅଭିଯାନରେ ସାମିଲ ହେବାକୁ ଯଥାସାଧ୍ୟ ଚେଷ୍ଟା କରୁଥିବାବେଳେ ଏହି ଗ୍ରାମ କିନ୍ତୁ ସବୁ କ୍ଷେତ୍ରରେ ଆଗୁଆ। ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ପରେ ସ୍ଥାନୀୟ ଲୋକେ ମଧ୍ୟ ଏହାର ଆବଶ୍ୟକତା ବୁଝି ପଦକ୍ଷେପ ନେଲେ। ୩୧ ବର୍ଷୀୟ ସରପଞ୍ଚ ଅଜୟ ଖଲାଟେ ଗାଁଲୋକଙ୍କୁ ଉତ୍ସାହିତ କରିବା ସହ ଏକ ସୁନ୍ଦର ତଥା ସ୍ମାର୍ଟ ଗାଁ ଭାବେ ‘ବେଣ୍ଡି ଗାଁ’କୁ ପରିଚିତ କରାଇବାରେ ସଫଳ ହୋଇପାରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗ୍ରାମର ବିଭିନ୍ନ ପ୍ରାନ୍ତରେ ୩୨ଟି ସିସିଟିଭି କ୍ୟାମେରା ଲାଗିଛି।ଏହା ସହ ଇଂଜିନିୟରଙ୍କ ଯୋଜନାରେ ନିର୍ମିତ ‘ଫାଇଭ୍ ପଣ୍ଡ ସିଷ୍ଟମ୍‌’ କାରଣରୁ ଗାଁର ଶୋଭା ବର୍ଦ୍ଧନ ହେବା ସହ ଚାଷବାସ କାମରେ ଏହା ଖୁବ୍ ସହାୟତା ହେଉଛି। ପ୍ରତି ପରିବାରର ଲୋକେ ଶୌଚାଳୟ ବ୍ୟବହାର କରୁଥିବାବେଳେ ଗ୍ରାମଟି ସବୁଜିମାରେ ପରିପୂର୍ଣ୍ଣ। ନିୟମିତ ଭାବେ ଲୋକେ ନିଜ ବାଡ଼ିବଗିଚାରେ ଔଷଧୀୟ ଚାରାରୋପଣ କରୁଛନ୍ତି। ଗ୍ରାମର ସଡ଼କରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ସୌର ଶକ୍ତି ଦ୍ବାରା ପରିଚାଳିତ। ଏହା ସହ ସ୍ଥାନୀୟ ଲୋକେ ଡିଜେଲ ଚାଳିତ ଗାଡ଼ି କିଣିବେ ନାହିଁ ବୋଲି ମଧ୍ୟ ପ୍ରତିଜ୍ଞା କରିଛନ୍ତି। କାରଣ ଏହା ଦ୍ବାରା ପ୍ରଦୂଷଣ ଅଧିକ ବ୍ୟାପିଥାଏ।

Leave A Reply