www.samajalive.in
Monday, December 15, 2025
17.1 C
Bhubaneswar

ସେବାର ପୂଜାରୀ ଆଚାର୍ଯ୍ୟ ହରିହର

ସତ୍ୟବାଦୀର ପ୍ରସିଦ୍ଧ ପଞ୍ଚସଖାଙ୍କ ଭିତରୁ ଆଚାର୍ଯ୍ୟ ହରିହର ଥିଲେ ଅନ୍ୟତମ। ଶିକ୍ଷକତା, ସ୍ୱାଧୀନତା ସଂଗ୍ରାମ, ଭୂଦାନ ବାର୍ତ୍ତା ପ୍ରଚାର, ଜନସେବା ଭଳି କ୍ଷେତ୍ରରେ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ତାଙ୍କୁ ସ୍ମରଣୀୟ କରି ରଖିଛି। କୁଷ୍ଠରୋଗୀଙ୍କ ପାଇଁ ତାଙ୍କର ତ୍ୟାଗ ଓ ସମର୍ପଣର ପଟାନ୍ତର ନଥିଲା। ଏହି ଋଷିପ୍ରାଣ ବ୍ୟକ୍ତିତ୍ୱ ଭଗବତ୍‌ ଗୀତାର ଅନୁବାଦ ସହ ପିଲାଙ୍କ ପାଇଁ ‘ଚାଇଲ୍‌ଡ୍ସ ଇଜି ଫାଷ୍ଟ ଗ୍ରାମର’ ଆଦି ପୁସ୍ତକ ମଧ୍ୟ ରଚନା କରିଥିଲେ। ସେ ୧୮୭୯ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁରରେ ଜନ୍ମଗ୍ରହଣ କରିଥିଲେ।

ରେଭେନ୍ସା କଲେଜରୁ ଏଫ.ଏ. ପାସ୍‌ କଲା ପରେ ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ। ପୁରୀ ଜିଲା ସ୍କୁଲ, ନୀଳଗିରି ଗଡ଼ଜାତ ସ୍କୁଲ, ପ୍ୟାରୀମୋହନ ଏକାଡେମୀରେ ଶିକ୍ଷକତା କଲା ପରେ ସେ ସତ୍ୟବାଦୀ ବନବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଯୋଗ ଦେଇଥିଲେ ଯେଉଁଠି ସେ ‘ଆଚାର୍ଯ୍ୟ’ ରୂପେ ପରିଚିତ ଥିଲେ। ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ବହୁବାର କାରାବରଣ କରିଛନ୍ତି। ମାନବସେବାକୁ ମାଧବସେବା ରୂପେ ସେ ଗ୍ରହଣ କରିଥିଲେ। ଦୁର୍ଗତ ମଣିଷଙ୍କର ସେବା, ବନ୍ୟା ବାତ୍ୟା ବେଳେ ସାହାଯ୍ୟ, ବହୁ ସଂସ୍କାରମୂଳକ କାର୍ଯ୍ୟ ସହ ଦେଶମାତୃକାର ଉନ୍ନତି ପାଇଁ ସେ ନିଜର ସମଗ୍ର ଜୀବନ ବ୍ୟୟ କରି ଦେଇଥିଲେ। ସେବା ଓ ତ୍ୟାଗର ଏହି ପ୍ରତିମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ଏ ଜାତିର ସଶ୍ରଦ୍ଧ ପ୍ରଣାମ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories