ସମ୍ବିଧାନକୁ ଜାଣିଶୁଣି ହତ୍ୟା କରୁଛି ବିଜେପି: ମାୟାବତୀ

0

ନୂଆଦିଲ୍ଲୀ: କର୍ଣ୍ଣାଟନ ନିର୍ବାଚନରେ ମ୍ୟାଜିକ ନମ୍ବର ଅତିକ୍ରମ ନକରି ୟେଦୁରପ୍ପା ସରକାର କରିବା ଘଟଣାକୁ ସମାଲୋଚନା କରିଛନ୍ତି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ। ବାବା ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନକୁ ଜାଣିଶୁଣି ବିଜେପି ହତ୍ୟା କରୁଛି ବୋଲି ପ୍ରକାଶ କରିଛନ୍ତି। ବିଜେପି ଯେବେଠୁ ସରକାରରେ ଆସିଛି ସେହି ଦିନରୁ ସରକାରୀ କଳର ଅପବ୍ୟବହାର କରୁଛି ବିଜେପି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ସେହିପରି ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ମଧ୍ୟ ୟଦୁରପ୍ପାଙ୍କ ଶପଥ ଗ୍ରହଣକୁ ସମାଲୋଚନା କରିଛନ୍ତି। “ଆଜି ପୁଣି ଲୋକତନ୍ତ୍ରର ଶପଥ ନିଆଯିବ। ଆଜି ପୁଣି ସରକାରୀ ବ୍ୟବସ୍ଥାର ଦୁରୁପୋଯୋଗର ପ୍ରଦର୍ଶନ ହେବ। ଆଜି ପୁଣି ସରକାରଙ୍କ ବିଡ଼ମ୍ବନାକୁ ଦେଖିବାକୁ ମିଳିବ। ଆଜି ପୁଣି ସ୍ୱାଧୀନତା ଆଉ ଟିକେ ମୃତ୍ୟୁ ଆଗକୁ ଢଳିଯିବ ବୋଲି ଟ୍ୱିଟ୍‍ରେ ଅଖିଳେଶ ଟ୍ୱିଟ୍‍ କରିଛନ୍ତି।

Leave A Reply