ସମ୍ବଲପୁର ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ମୋହର

0

ନୂଆଦିଲ୍ଲୀ: ଓଡ଼ିଶାର ସମ୍ବଲପୁର ସମେତ ଦେଶର ୭ଟି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଆଇଆଇଏମ୍‌)ର ସ୍ଥାୟୀ କ୍ୟାମ୍ପସ୍‌ ପ୍ରତିଷ୍ଠା ଲାଗି କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ଏହାକୁ ତୁରନ୍ତ ନିର୍ମାଣ କରାଯିବା ସହ କାର୍ଯ୍ୟକ୍ଷମ କରିବା ଲାଗି କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ
ଏନେଇ ଅନୁମୋଦନ ମିଳିଛି। ସମ୍ବଲପୁରର ବସନ୍ତପୁରଠାରେ ୨୩୭ ଏକର ଜମିରେ ଏହି ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ୪୦୧.୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୧୪-୧୫ ବଜେଟ୍‌ରେ ୭ଟି ନୂଆ ଆଇଆଇଏମ ପ୍ରତିଷ୍ଠା ନେଇ ଘୋଷଣା କରାଯିବା ପରେ ୨୦୧୫ରୁ ସମ୍ବଲପୁର ଆଇଆଇଏମ ସିଲିକନ୍‌ ଇନ୍ସଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଅସ୍ଥାୟୀ କ୍ୟାମ୍ପସ୍‌ ଭାବେ ଚାଲିଛି। ସମ୍ବଲପୁର ସମେତ ଦେଶର ଅନ୍ୟ ୭ଟି ଆଇଆଇଏମ ମଧ୍ୟରେ ରହିଛି ପଞ୍ଜାବର ଅମୃତସର, ବିହାରର ବୁଦ୍ଧଗୟା, ମହାରାଷ୍ଟ୍ରର ନାଗପୁର, ହିମାଚଳ ପ୍ରଦେଶର ସିରମଉର, ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଓ ଜମ୍ମୁ-କାଶ୍ମୀରର ଜମ୍ମୁରେ ଆଇଆଇଏମ ପ୍ରତିଷ୍ଠା କରାଯାଇ ସେଠାରେ ଅସ୍ଥାୟୀ କ୍ୟାମ୍ପସ୍‌ ଗୁଡିକରେ ଶିକ୍ଷାଦାନ ଚାଲିଛି। ତେବେ ଏସବୁ ସ୍ଥାନରେ ସ୍ଥାୟୀ କ୍ୟାମ୍ପସ୍‌ ପ୍ରତିଷ୍ଠା ଲାଗି ବୁଧବାର କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଏଥିଲାଗି ମୋଟ ୩୭୭୫.୪୨ କୋଟି ଟଙ୍କା ବିନିଯୋଗ କରାଯିବ। ସୂଚନାଯୋଗ୍ୟ, ସମ୍ବଲପୁରରେ ଏବେ ଅସ୍ଥାୟୀ କ୍ୟାମ୍ପସ୍‌ରେ ଆଇଆଇଏମ ପାଠପଢା ଚାଲିଛି। ୬୦୩୮୪ ବର୍ଗ ମିଟର ପରିମିତ ଜମିରେ ୬୦୦ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତିଟି ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ କରାଯିବ। ଜୁନ୍ ୨୦୨୧ ସୁଦ୍ଧା ଏହିସବୁ ପ୍ରତିଷ୍ଠାନର ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ ଶେଷ ହେବ। ଏହାଫଳରେ ଦେଶରେ ୨୦ଟି ଆଇଆଇଏମ୍‌କୁ ସ୍ଥାୟୀ କ୍ୟାମ୍ପସ୍‌ ମିଳିପାରିବ।
୪୦୨ କୋଟି…

kalyan agarbati
Leave A Reply