BSKY banner  750×100

ଶ୍ରୀଫଳର ଆଦର

nua o banner
0

ଆମ ହିନ୍ଦୁ ପରମ୍ପରାରେ ନଡ଼ିଆ ଫଳକୁ ଶ୍ରୀଫଳ ଭାବେ ଜଣାଯାଏ। ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗତ କିଛି ବର୍ଷ ମଧ୍ୟରେ ନଡ଼ିଆର ଆଦର ଭାରତ ସହ ବିଦେଶରେ ମଧ୍ୟ ବଢ଼ିଲାଣି। ଖାଦ୍ୟ ବିଶେଷଜ୍ଞମାନେ ଯେତେବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ ଅବଗତ କରାଉଥିଲେ ଯେ ମୃଦୁପାନୀୟ ଯେତେ ନାମୀ କମ୍ପାନୀର ହେଲେ ମଧ୍ୟ ସେଗୁଡ଼ିକ ସ୍ବାସ୍ଥ୍ୟ ପାଇଁ ଆଦୌ ହିତକର ନୁହେଁ। ବିଳମ୍ବ ହେଉ ପଛକେ, ଲୋକେ ଅନେକାଂଶରେ ଏସବୁର ସତ୍ୟତା ହୃଦୟଙ୍ଗମ କଲେଣି। ଏଣୁ ବର୍ତ୍ତମାନ କିଛି ବର୍ଗର ବ୍ୟକ୍ତି ଯଦିଓ ମୃଦୁପାନୀୟ ପିଉଛନ୍ତି, ତାହା ଖୁବ୍ କମ୍ ପରିମାଣରେ। ଏହା ସହ ଶ୍ରୀଫଳର ଉପଯୋଗିତା ବାବଦରେ ସମସ୍ତେ ଭଲଭାବେ ଅବଗତ ହେଲେଣି।
ବିଶେଷଜ୍ଞଙ୍କ ମତରେ ନଡ଼ିଆ ପାଣି କମ୍-କ୍ୟାଲୋରୀଯୁକ୍ତ ପାନୀୟ ଅଟେ। ଆଣ୍ଟିଅକ୍ସିଡାଣ୍ଟ, ଆମିନୋ ଏସିଡ୍ ଭରପୂର ଏହି ପାନୀୟ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ।
ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ପ୍ରତ୍ୟହ ନଡ଼ିଆ ପାଣି ପିଇବାର ଅଭ୍ୟାସ କରନ୍ତୁ। ଏହା ସହ ଏଇ ପାଣି ତ୍ବଚା ଓ କେଶ ନିମନ୍ତେ ଏକ ଉତ୍ତମ ଟନିକ୍ ମଧ୍ୟ।
ନଡ଼ିଆ ପାଣିରେ ଥିବା ଇଲୋ​‌େ​‌​‌କ୍ଟ୍ରାଲାଇଟସ୍ ଓ ​‌େ​‌ପାଟାସିୟମ୍ ରକ୍ତଚାପ କମ୍ କରିବା ସହ ହୃଦ୍‌ରୋଗୀଙ୍କ ନିମନ୍ତେ ମଧ୍ୟ ଖୁବ୍ ଭଲ।
ଏହି ପାଣିରେ ମହଜୁଦ୍ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଶରୀରରୁ ବିଷ ତତ୍ତ୍ବ ବାହାର କରିବାରେ ସହାୟକ ହୋଇଥାଏ।
କେବଳ ନଡ଼ିଆ ପାଣି ନୁହେଁ, ନଡ଼ିଆ ତେଲ ମଧ୍ୟ ଶରୀର ନିମନ୍ତେ ଖୁବ୍ ହିତକର।

Leave A Reply