www.samajalive.in
Tuesday, December 9, 2025
15.1 C
Bhubaneswar

ଲୋକସଭା ନିର୍ବାଚନ ପାଇଁ ବିଜେପିର ସ୍ଲୋଗାନ: ‘କାମ କରେ ଜୋ, ଉମିଦ ଉସି ସେ ହୋ’

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଚାର ସ୍ଲୋଗାନ ଘୋଷଣା କରିଛି। ବିଜେପିର ସ୍ଲୋଗାନ ହେଉଛି ‘କାମ କରେ ଜୋ, ଉମିଦ ଉସି ସେ ହୋ’ (ଯିଏ କାମ କରେ ଲୋକେ ତାଠାରୁ ଆଶା ରଖିଥାନ୍ତି)। ରବିବାର ଠାରୁ ଆରମ୍ଭ ହୋଇଥିବା ମାସେ ବ୍ୟାପୀ କାର୍ଯ୍ୟକ୍ରମ ‘ଭାରତ କେ ମନ କି ବାତ, ମୋଦୀ କେ ସାଥ’ ଅବସରରେ ଏହି ସ୍ଲୋଗାନ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଦେଶର ୧୦କୋଟି ଲୋକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରିବ। ବିଜେପି ତାର ନିର୍ବାଚନ ଇସ୍ତାହାର ‘ସଙ୍କଳ୍ପ ପତ୍ର’ ପ୍ରସ୍ତୁତ ପାଇଁ ଲୋକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରିବ। ୨୦୧୪ ନିର୍ବାଚନରେ ବିଜେପିର ପ୍ରଚାର ସ୍ଲୋଗାନ ଥିଲା ‘ସବ କା ସାଥ, ସବ କା ବିକାଶ’।
ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ଦଳର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ପାଇଁ ଅଭିନବ ପ୍ରୟାସ କରାଯାଉଛି। ଏଥିପାଇଁ ଲୋକଙ୍କ ଠାରୁ ମତାମତ ନିଆଯିବ। ଲୋକେ କି ପ୍ରକାର ଦେଶ ଗଢିବାକୁ ଚାହୁଁଛନ୍ତି ତାହା ଜାଣିବାକୁ ମିଳିବ। ନୂଆ ଭାରତର ସ୍ବପ୍ନ କଣ ତାହା ଏଥିରୁ ଜଣାପଡିବ। ନିର୍ବାଚନ ଇସ୍ତାହାର ପାଇଁ ବିଜେପି ପ୍ରଥମେ ଜଣେ ହୋଟେଲର ୱେଟରଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରିଛି। ଆଗାମୀ ଦିନରେ ଦେଶର ୪୦୦୦ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରସ୍ତାବ ଗ୍ରହଣ କରାଯିବ। ଏଥିପାଇଁ ୭୭୦୦ଟି ବାକ୍ସ ସ୍ଥାପନ କରାଯିବ। ଏହି ବାକ୍ସରେ ଲୋକେ ନିଜ ନିଜର ପ୍ରସ୍ତାବ ଦେଇପାରିବେ। ଏହା ସହିତ ସାମାଜିକ ଗଣମାଧ୍ୟମ ଓ ଟେଲିଫୋନ ମାଧ୍ୟମରେ ମଧ୍ୟ ମତାମତ ଗ୍ରହଣ କରାଯିବ। ବିଜେପି ଇସ୍ତାହାର କମିଟି ମୁଖ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆଗରୁ କେବେ ହେଲେ ଏପରି ପଦକ୍ଷେପ ନିଆଯାଇ ନଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories