www.samajalive.in
Sunday, December 7, 2025
14.1 C
Bhubaneswar

ରାଫେଲ୍‍ ବିବାଦ: ରିଲାଏନ୍ସକୁ ସାମିଲ୍‍ କରିବା ପଛର ଗୁମର ଖୋଲୁଛି

ପ୍ୟାରିସ୍‍: ବହୁଚର୍ଚ୍ଚିତ ରାଫେଲ୍‍ ଜେଟ୍‍ କ୍ରୟ ଚୁକ୍ତିି କ୍ରମଶଃ ବିବାଦୀୟ ହେବାରେ ଲାଗିଛି। ଅନିଲ୍‍ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ଅଫ୍‍ସେଟ୍‍ ପାର୍ଟନର ରୂପେ କାହିଁକି ଚୟନ କରାଗଲା ସେ ସମ୍ପର୍କରେ ରାଫେଲ୍‍ ଫାଇଟର ଜେଟ୍‍ ନିର୍ମାଣକାରୀ ସଂସ୍ଥା ଡାସଲ୍ଟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭାରତ ସରକାରଙ୍କ ଔଦ୍ୟୋଗିକ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ରିଲାଏନ୍ସ ଡିଫେନ୍ସ ଏକ ପଞ୍ଜିକୃତ ସଂସ୍ଥା ହୋଇଥିବାରୁ ସେହି ସଂସ୍ଥାକୁ ଅଫ୍‍ସେଟ୍‍ ପାର୍ଟନର ରୂପେ ଚୟନ କରାଗଲା ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ସୂଚନାଯୋଗ୍ୟ, ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ଫ୍ରାନ୍ସରୁ ୧୦୮ଟି ରାଫେଲ୍‍ ଜେଟ୍‍ କିଣିବା ପାଇଁ ୨୦୧୨ରେ ଉଦ୍ୟମ ଆରମ୍ଭ ହୋଇଥିଲା। ବିମାନର କ୍ରୟ ମୂଲ୍ୟ ବୁଝାମଣା ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଭାରତରେ ଅଫ୍‍ସେଟ୍‍ ପାର୍ଟନର ଚୟନ ହୋଇ ନ ପାରିବା ଆଦି କେତେକ କାରଣରୁ ଚୁକ୍ତି ସ୍ୱାକ୍ଷରିତ ହୋଇପାରି ନ ଥିଲା। ପରବର୍ତ୍ତୀ ସମୟରେ ୨୦୧୫ ଏପ୍ରିଲ୍‍ରେ ୮.୬ ବିଲିୟନ ଡଲାର ବିନିମୟରେ ୩୬ଟି ରାଫେଲ୍‍ ଜେଟ୍‍ କ୍ରୟ ପାଇଁ ଏନ୍‍ଡିଏ ସରକାର ଚୁକ୍ତି କରିଥିଲେ। ଉପା ଅମଳରେ ହୋଇଥିବା ଚୁକ୍ତି ମୂଲ୍ୟ ତୁଳନାରେ ଏନ୍‍ଡିଏ ସରକାର ତିନିଗୁଣା ଅଧିକ ମୂଲ୍ୟରେ ରାଫେଲ୍‍ କ୍ରୟ ପାଇଁ ଚୁକ୍ତି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସେହିପରି ଅନିଲ୍‍ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସସକୁ ଫାଇଦା ଦେବା ପାଇଁ ଏନ୍‍ଡିଏ ସରକାର ହାଲ୍‍କୁ ଚୁକ୍ତିରୁ ବାଦ୍‍ ଦେଇ ତିନିଗୁଣା ଅଧିକ ମୂଲ୍ୟର ଚୁକ୍ତି କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଆରୋପ ଲଗାଯାଇଛି। କଂଗ୍ରେସ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ଅନିଲ୍‍ ଅମ୍ବାନୀଙ୍କ ମନୋରଞ୍ଜନ ସଂସ୍ଥା ହଲାଣ୍ଡେଙ୍କ ଜଣେ ବନ୍ଧୁଙ୍କ ଅଭିନୀତ ସିନେମାର ସହ ପ୍ରଯୋଜକ ଥିଲା। ତେଣୁ ଅନିଲ୍‍ଙ୍କ ସପକ୍ଷରେ ଡାସଲ୍ଟର ନିଷ୍ପତ୍ତି ଯାଇଥିଲା। ଭାରତ ସରକାରଙ୍କ ସୁପାରିସ ଆଧାରରେ ରିଲାଏନ୍ସ ଡିଫେନ୍ସକୁ ଅଫ୍‍ସେଟ୍‍ ପାର୍ଟନର ରୂପେ ଚୟନ କରାଯାଇଥିଲା ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‍ ହଲାଣ୍ଡେ ସୂଚନା ଦେବା ପରେ ରାଜନୀତି ଜୋର ଧରିଛି। ଅପରପକ୍ଷରେ ରାଷ୍ଟ୍ରପତି ହଲାଣ୍ଡେଙ୍କ ସୂଚନା ପଛରେ କଂଗ୍ରେସର ଷଡ଼ଯନ୍ତ୍ର ଥିବା ବିଜେପି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଜେଟ୍‍ ନିର୍ମାଣ ପାଇଁ ହାଲ୍‍ ଅକ୍ଷମତା ପ୍ରକାଶ କରିବାରୁ ରିଲାଏନ୍ସକୁ ଅଫ୍‍ସେଟ୍‍ ପାର୍ଟନର ରୂପେ ଡାସଲ୍ଟ ଗ୍ରହଣ କରିଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଡାସଲ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସେତେବେଳେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‍(ହାଲ୍‍)କୁ ଅଫ୍‍ସେଟ୍‍ ପାର୍ଟନର ରୂପେ ସୁପାରିସ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଡିଫେନ୍ସ ମଧ୍ୟ ଅଫ୍‍ସେଟ୍‍ ପାର୍ଟନର ପାଇଁ ଇଚ୍ଛୁକ ଥିଲା। କୌଣସି କାରଣରୁ ହାଲ୍‍ ଅଫ୍‍ସେଟ୍‍ ପାର୍ଟନର ଯୋଜନାରୁ ଓହରି ଯିବା ପରେ ୨୦୧୨ରେ ମୁକେଶ ଅମ୍ବାନୀଙ୍କ ସହିତ ଡାସଲ୍ଟ ପକ୍ଷରୁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରିଲାଏନ୍ସ ଡିଫେନ୍ସର ମାଲିକାନା ମୁକେଶଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କ ମାଲିକାନାକୁ ଚାଲିଯାଇଥିଲା।
ଡାସଲ୍ଟର ମୁଖ୍ୟ ଏରିକ ଟ୍ରାପିୟରଙ୍କ କହିବା ଅନୁଯାୟୀ ରାଫେଲ୍‍ ଫାଇଟର ଜେଟ୍‍ କିଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର ୧୭ ଦିନ ପୂର୍ବରୁ ହାଲ୍‍କୁ ଅଫ୍‍ସେଟ୍‍ ପାର୍ଟନର ରୂପେ ଗ୍ରହଣ କରିବା ପାଇଁ ଡାସଲ୍ଟ ଆଗ୍ରହୀ ଥିଲା। କିନ୍ତୁ ଏହି ଘୋଷଣାର ଅଳ୍ପ ଦିନ ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟରେ କଣ ପରିବର୍ତ୍ତନ ହେଲା ତାହା ଜଣାପଡ଼ିଲାନି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାର ଦୁଇ ମାସ ପୂର୍ବରୁ ଅନିଲ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଡିଫେନ୍ସ ସହିତ ଡାସଲ୍ଟ ଚୁକ୍ତି କରିଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories