ନୂଆଦିଲ୍ଲୀ: କୌଣସି ଯୁଦ୍ଧବିମାନ ଉଡାଇବାରେ ଫ୍ଲାଇଙ୍ଗ୍ ଅଫିସର ଭାବନା କଣ୍ଠ ଭାରତୀୟ ବାୟୁସେନାର ଦ୍ୱିତୀୟ ମହିଳା ପାଇଲଟ ଭାବେ ମାନ୍ୟତା ଲାଭ କରିଛନ୍ତି। ଭାବନା ଶୁକ୍ରବାର ହରିୟାଣାର ଅମ୍ବାଲା ଘାଟିରୁ ମିଗ୍-୨୧ ବିମାନ ଉଡାଇବା ପରେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛନ୍ତି। ବିହାରର ଦରଭଙ୍ଗା ଜିଲାରେ ଜନ୍ମିତ ଭାବନାଙ୍କର ପିଲାଦିନର ସ୍ୱପ୍ନ ଥିଲା ଦିନେ ନା ଦିନେ ମୁକ୍ତ ଆକାଶରେ ବିହଙ୍ଗ ଭଳି ବିମାନ ଉଡାଇବା। ଏହି ସ୍ୱପ୍ନକୁ ସାକାର କରିବାକୁ ସେ ୨୦୧୬ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ। ଗତ ଫେବୃଆରୀରେ ଅବନୀ ଚତୁର୍ବେଦୀ ପ୍ରଥମ ଭାରତୀୟ ମହିଳା ପାଇଲଟ ଭାବେ ଗୁଜରାଟର ଜାମନଗର ବାୟୁସେନା ଘାଟିରୁ ମିଗ୍-୨୧ ଉଡାଇଥିଲେ। ବାୟୁସେନା ପକ୍ଷରୁ ଇତିମଧ୍ୟରେ ଅବନୀ ଚତୁର୍ବେଦୀ, ଭାବନା କଣ୍ଠ୍ ଓ ମୋହନା ସିଂହଙ୍କୁ ଫାଇଟର ପାଇଲଟ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଶିକ୍ଷଣ ପରେ ୨୦୧୬ରେ ଏହି ତିନି ମହିଳା ପାଇଲଟଙ୍କୁ ପରୀକ୍ଷାମୂଳକଭାବେ ପାଞ୍ଚବର୍ଷ ପାଇଁ ବାୟୁସେନାରେ ନିଯୁକ୍ତି ଦିଆଯାଇଛି।
Popular Categories



