www.samajalive.in
Sunday, December 14, 2025
19.1 C
Bhubaneswar

ଆବଶ୍ୟକ ପଡ଼ିଲେ ସୀମା ଅତିକ୍ରମ କରିବୁ : ରାଜନାଥ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଶନିବାର ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି। କାଶ୍ମୀର ଭାରତର। ବିଶ୍ୱର କୌଣସି ଶକ୍ତି ଏହାକୁ ଭାରତଠାରୁ ଛଡାଇ ନେଇପାରିବ ନାହିଁ। କାଶ୍ମୀରର ସୁରକ୍ଷା ଲାଗି ଆବଶ୍ୟକ ହେଲେ ସୀମା ଅତିକ୍ରମ କରିବାକୁ ମଧ୍ୟ ଭାରତ କୁଣ୍ଠା ପ୍ରକାଶ କରିବ ନାହିଁ ବୋଲି ରାଜନାଥ ଦୃଢ ସ୍ୱରରେ କହିଛନ୍ତି। ଏଠାରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଭାରତୀୟ ସେନାବାହିନୀକୁ ପ୍ରଶଂସା କରି ସେ କହିଛନ୍ତି, ଭାରତର ଆଞ୍ଚଳିକ ଅଖଣ୍ଡତା କାଏମ ରଖିବା ଲାଗି ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ। କାଶ୍ମୀର ସମସ୍ୟାରେ ଭାରତ ସ୍ଥାୟୀ ସମାଧାନ ଚାହୁଁଛି। ଏନେଇ ଯେକୌଣସି ପକ୍ଷଙ୍କ ସହିତ ଖୋଲାଖୋଲି ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି। ସମସ୍ୟାର ସମାଧାନ ନିମନ୍ତେ ସରକାର ପୂର୍ବତନ ଗୁଇନ୍ଦା ମୁଖ୍ୟ ଦିନେଶ୍ୱର ଶର୍ମାଙ୍କୁ ନିଯୁକ୍ତ କରିଛନ୍ତି। ଏଥିନେଇ ସମସ୍ତ ବର୍ଗର ଲୋକଙ୍କୁ ଆଲୋଚନା ନିମନ୍ତେ ଆମନ୍ତ୍ରଣ କରାଯାଇଛି। କାଶ୍ମୀରର ଶିଶୁମାନଙ୍କୁ କୌଣସି ଚରମପନ୍ଥୀଙ୍କ ହାତକୁ ଆଦୌ ଯିବାକୁ ଦିଆଯିବ ନାହିଁ। ନିରୀହ କାଶ୍ମୀର ଯୁବକଙ୍କୁ ଜିହାଦ ଉପରେ ଶିକ୍ଷା ଦେଉଥିବା ଲୋକେ ପ୍ରଥମେ ଇସ୍‌ଲାମରେ ବର୍ଣ୍ଣିତ ‘ଜିହାଦ’ର ବାସ୍ତବ ଅର୍ଥ ବୁଝିବା ଉଚିତ। ଜାମ୍ମୁ କାଶ୍ମୀରରେ ପ୍ରଥମଥର ଲାଗି ପଥର ପିଙ୍ଗା ମାମଲାରେ ସମ୍ପୃକ୍ତ ଥିବା ଯୁବକଙ୍କ ବିରୋଧରେ ରୁଜୁ ମାମଲାକୁ ଗୁରୁତ୍ୱ ନ ଦେବା ନିମନ୍ତେ ସେ ବ୍ୟକ୍ତିଗତ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବୋଲି ରାଜନାଥ ପ୍ରକାଶ କରିଛନ୍ତି।
ପ୍ରଥମଥର ପଥର ଫିଙ୍ଗିଥିବା ଅଭିଯୋଗରେ ୯,୭୩୦ ଜଣ ଯୁବକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରାଜ୍ୟ ସରକାର ୨୦୧୮ ପ୍ରାରମ୍ଭରେ ପ୍ରତ୍ୟାହାର କରିନେଇଥିଲେ। ଏଭଳି ଯୁବକଙ୍କୁ ଦ୍ୱିତୀୟ ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି ସେ ଦର୍ଶାଇଛନ୍ତି। ସରକାର ଜାମ୍ମୁ-କାଶ୍ମୀର ଏବଂ ଦେଶର ଅନ୍ୟ ପ୍ରାନ୍ତର ଶିଶୁଙ୍କ ମଧ୍ୟରେ କେବେ ପାର୍ଥକ୍ୟ କରି ନ ଥିବା ରାଜନାଥ ସ୍ପଷ୍ଟ କରିଛନ୍ତି। ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବାରୁ ସେ ପାକିସ୍ତାନକୁ ଏହି ଅବସରରେ ପୁନଃ ତୀବ୍ର ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ପରେ ହିଁ ଭାରତ ଏହା ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବ। ଭାରତ ସୁସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ବେଳେ ପାକିସ୍ତାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆତଙ୍କବାଦର ମୂଳୋତ୍ପାଟନ ଲାଗି ବିଶ୍ୱସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଜୁଟ କରିଛନ୍ତି ବୋଲି ରାଜନାଥ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories