www.samajalive.in
Sunday, December 14, 2025
26.1 C
Bhubaneswar

ଡାକ୍ତରଙ୍କୁ ମାଡ ମାରି ସୁନାଚେନ୍‌ ଓ ଟଙ୍କା ଲୁଟ୍‌

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା ନିକଟରେ ଶନିବାର ରାତିରେ ଡେଲାଙ୍ଗ ବ୍ଲକ ଇନ୍ଦିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ରମେଶ ଚନ୍ଦ୍ର ବେହେରାଙ୍କୁ ମାଡମାରି ତାଙ୍କ ଠାରୁ ଟଙ୍କା ଓ ସୁନାଚେନ୍‌ ଲୁଟି ନିଆଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ଡାକ୍ତର ରମେଶ ଚନ୍ଦ୍ର ବେହେରା ଶନିବାର ଡ୍ୟୁଟି ସାରି ନିଜ କାର୍‌ ଯୋଗେ ନିଜ ଭୁବନେଶ୍ୱରସ୍ଥିତ ବାସଭବନକୁ ଫେରୁଥିବା ବେଳେ ସିଉଳା ନିକଟରେ ଏକ ଟ୍ରକ୍‌ ତାଙ୍କ କାର୍‌କୁ ସାଇଡ୍‌ ମାରିଥିଲା । ଫଳରେ ତାଙ୍କ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡର ସହ ଧକ୍କା ଲାଗିଥିଲା । ଏହି ସମୟରେ ରାସ୍ତାର ବିପରିତ ଦିଗରେ ଠିଆ ହୋଇଥିବା ତୋଫାନ ସ୍ୱାଇଁ ନାମକ ଯୁବକ ହଠାତ୍‌ ସେଠାକୁ ଆସି ଡାକ୍ତରଙ୍କୁ ମାଡ ମାରିବା ସହ ତାଙ୍କ ବେକରେ ଥିବା ୩ଭରି ଓଜନର ସୁନାଚେନ୍‌ ଓ ପକେଟ୍‌ରେ ଥିବା ୮ହଜାର ଟଙ୍କା ଛଡାଇ ନେଇଥିଲା । ଡାକ୍ତର ବେହେରା ତାକୁ ନିଜ ପରିଚୟ ଦେବା ସହ ସୁନାଚେନ୍‌ ଓ ଟଙ୍କା ଫେରାଇବାକୁ ଅନୁରୋଧ କରିଥିବା ବେଳେ ସେ ଏକ ଛୁରି ଦେଖାଇ ତାଙ୍କୁ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଚ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ତେବେ ତୋଫାନର ଆକ୍ରମଣରେ ଡାକ୍ତର ବେହେରାଙ୍କ ଆଖି, କାନମୁଣ୍ଡା ଓ କାନ୍ଧରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ଏସଂପର୍କରେ ଅଭିଯୋଗ ପାଇବା ପରେ ଆଇଆଇସି ଶରତ କୁମାର ସାହୁ ଅଭିଯୁକ୍ତ ତୋଫାନକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories