ମେଘାଳୟରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ କଂଗ୍ରେସର ଦାବି

0

ସିଲଂ: ମେଘାଳୟର ବିଧାନସଭା ନିର୍ବାଚନରେ ୨୧ଟି ଆସନ ଜିତି ଏକମାତ୍ର ବଡ଼ ଦଳ ଭାବେ ଉଭା ହୋଇଥିବା କଂଗ୍ରେସ ରାଜ୍ୟରେ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଦଳର ବିଜୟ ପରେ ଦଳୀୟ ପ୍ରମୁଖ ନେତା ଅହମ୍ମଦ ପଟେଲ ଏବଂ କମଳ ନାଥ ଶନିବାର ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ଭେଟି ସରକାର ଗଠନ ନିମନ୍ତେ ଆମନ୍ତ୍ରଣ କରିବାକୁ ଅନୁରୋଧ କରିଛନ୍ତି। ଏ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିବା ନାଥ ପ୍ରକାଶ କରିଛନ୍ତି। କଂଗ୍ରେସ ନିକଟରେ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟାଗରିଷ୍ଠତା ଠାରୁ ୧୦ଟି କମ୍‌ ଆସନ ରହିଛି। ଏଣୁ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଆବଶ୍ୟକ ସଂଖ୍ୟାଗରିଷ୍ଠାତା ପାଇଁ ଅନ୍ୟ ରାଜନୈତିକ ଦଳଗୁଡିକ ସହିତ କଂଗ୍ରେସ ଆଲୋଚନା ଜାରି ରଖିଛି। ରାଜ୍ୟରେ ସରକାର ଗଠନ ନେଇ ଦଳ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛି।

Leave A Reply