ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମାନିକ ସରକାର

0

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମାନିକ ସରକାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରବିବାର ମାନିକ ସରକାର ରାଜ୍ୟପାଳ ତଥାଗତ ରାୟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ତ୍ରିପୁରାରେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ମାନିକ ସରକାରୀ କାର୍ଯ୍ୟଭାର ସମ୍ଭାଳିବେ। ଉଲ୍ଳେଖ ଯେ, ବିଜେପି ଓ ଆଇପିଏଫଟି ଗଠବନ୍ଧନ ସରକାର ତ୍ରିପୁରାରେ ୨୫ ବର୍ଷର ବାମପନ୍ଥୀ ଶାସନର ଅନ୍ତଃ ଘଟାଇଛନ୍ତି। ୫୦ ସିଟ୍‌ ଯୁକ୍ତ ଏହି ବିଧାନସଭା ନିର୍ବାଚନରେ ବିଜେପିକୁ ୩୫ଟି ଆସନ ମିଳିଛି। ଏଥିସହ ସହଯୋଗୀ ଆଇପିଏଫଟି ୯ଟି ସିଟ୍‌ରେ ନିର୍ବାଚନ ଲଢ଼ି ୮ଟିରେ ବିଜୟ ସୁନିଶ୍ଚିତ କରିଛି।

Leave A Reply