BJD Bijuli 480×75 Mob

ମହିଳା ପାଇଲଟ୍‍ ନିଯୁକ୍ତିରେ ଭାରତ ସବୁଠାରୁ ଆଗରେ

BJD Bijuli 480×75 Mob
0

ନୂଆଦିଲ୍ଳୀ: ଉଭୟ ବାଣିଜ୍ୟିକ ଓ ସାମରିକ ବିମାନରେ ମହିଳା ପାଇଲଟ୍‍ ନିଯୁକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ସବୁଠାରୁ ଆଗରେ ରହିଛି। ଏକ ରକ୍ଷଣଶୀଳ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ଭାରତ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି। ଆମେରିକା ଓ ୟୁରୋପୀୟ ଦେଶମାନଙ୍କରେ ମହିଳା ପାଇଲଟ୍‍ ସଂଖ୍ୟା ମାତ୍ର ୫%ରେ ସୀମିତ ଥିବା ବେଳେ ଭାରତରେ ମହିଳା ପାଇଲଟ୍‍ଙ୍କ ସଂଖ୍ୟା ୧୨%ରୁ ଅଧିକ।
ଏକଦା ଭାରତରେ ମହିଳାଙ୍କ ପାଇଁ ପାଇଲଟ୍‍ ଚାକିରି ସ୍ୱପ୍ନ ଥିଲା। ଇଚ୍ଛା ଥିଲେ ମଧ୍ୟ ସେମାନଙ୍କୁ ପରିବାରର ସ୍ୱୀକୃତି ମିଳୁନଥିଲା। ସୁଯୋଗ ମଧ୍ୟ ନଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ପାଇଲଟ୍‍ ଚାକିରି ଏବେ ମହିଳାଙ୍କ ପାଇଁ ସବୁଠାରୁ ଅଧିକ ରୋଜଗାର ଦେଉଥିବା ତଥା ସୁରକ୍ଷିତ ପେସାଦାର କ୍ଷେତ୍ର ଭାବେ ପ୍ରମାଣିତ ହୋଇଛି। ଭାରତରେ ପୁରୁଷ ଓ ମହିଳା ପାଇଇଟ୍‍ଙ୍କୁ ସମାନ ଦରମା ମିଳୁଥିବାରୁ ପାଇଲଟ୍‍ ଚାକିରି ପ୍ରତି ଯୁବତୀ ଓ ସେମାନଙ୍କ ପରିବାରର ଆଗ୍ରହ ବଢ଼ିଛି। ୨୦୦୨ରେ ବିମାନ ପରିଚାରିକା କିମ୍ବା ପାଇଲଟ୍‍ ତାଲିମ୍‍ ନେବା ପରେ ଯୁବତୀଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳୁ ନଥିଲା। ବିମାନ ସେବା କ୍ଷେତ୍ରରେ ଭାରତ ଏବେ ବିଶ୍ୱର ସର୍ବାଧିକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର ରୂୂପେ ଉଭା ହୋଇଥିବାରୁ ନିଯୁକ୍ତି ମିଳିବା ଆଉ ବିଳମ୍ବ ହେଉନି। ଭବିଷ୍ୟତରେ ଏ କ୍ଷେତ୍ରରେ ଆହୁରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ବିପୁଳ ସମ୍ଭାବନା ରହିଛି। ଏହାଛଡ଼ା ମହିଳା ପାଇଲଟମାନେ ଗର୍ଭଧାରଣ କରିବା ପରେ ସେମାନଙ୍କୁ କାର୍ଯ୍ୟାଳୟରେ ସମାନ ଦରମାରେ କାମ କରିବାକୁ ସୁଯୋଗ ଦିଆଯାଉଛି। ଏହି ସବୁ କାରଣରୁ ପାଇଲଟ୍‍ ଚାକିରି ପ୍ରତି ଯୁବତୀଙ୍କ ଆଗ୍ରହ ବଢ଼ିଛି।

Leave A Reply