BJD Bijuli 480×75 Mob

ଭିନ୍ନ କାହାଣୀ ; ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଚଳଚିତ୍ର ‘ଚୁଇଙ୍ଗମ୍’

BJD Bijuli 480×75 Mob

ଭୁବନେଶ୍ୱର : ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଅବଦାନ ଚୁଇଙ୍ଗମ୍ ଫିଲ୍ମର ଶୁଭ ମହୁରତ୍ ଟିଏସ୍‌ଜି ଗୁରୁକୁଳ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଡ. ସାରଦା ପ୍ରସାଦ ମିଶ୍ର ଏବଂ ଶ୍ରୀଲେଖା ମିଶ୍ରଙ୍କ ପ୍ରଯୋଜନାରେ ଏହି ଚଳଚିତ୍ରଟି ହେବାକୁ ଯାଉଛି । ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଚଳଚିତ୍ର ହେଉଛି ‘ଚୁଇଙ୍ଗମ୍’।

‘ଚୁଇଙ୍ଗମ’ ଏକ ଏଭଳି କାହାଣୀ ଯେଉଁଥିରେ ଦୁଇ ମଧ୍ୟବିତ୍ତ ପରିବାରର ଗୋଟିଏ ପୁଅ ଏବଂ ଝିଅ । ଦୁହିଁଙ୍କର ବନ୍ଧୁତ୍ୱ ଧୀରେ ଧୀରେ ପ୍ରେମରେ ବଦଳେ । ସମାଜର କଠୋର ପ୍ରହାରରେ ଦୁହିଁଙ୍କ ଜୀବନ ନଷ୍ଟ ହୋଇଯାଏ । ପ୍ରଥମେ ପ୍ରେମ ନା କ୍ୟାରିୟର ଏପରି ଏକ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ‘ଚୁଇଙ୍ଗମ’ ନିର୍ମାଣ କରାଯାଉଛି ।

ପ୍ରକୃତରେ କାହାଣୀର ମୁଳ ସାରାଂଶ ହେଉଛି ବର୍ତ୍ତମାନର ଯୁବ ସମାଜ କିପରି ମୋବାଇଲ ଓ ସୋସିଆଲ ମିଡିଆର ସଦୁପଯୋଗ କରିବା ସହ ନିଜର ଭବିଷ୍ୟତକୁ ଉନ୍ନତି ପଥରେ ନେବେ। ପଥଭ୍ରଷ୍ଟ ହେଉଥିବା ଯୁବପିଢି କିଭଳି ବିଫଳତାରୁ ସଫଳତାର ରାସ୍ତାରେ ଚାଲିବେ ଏହା ହିଁ ହେଉଛି ଚଳଚିତ୍ରର ମୁଖ୍ୟ ଲକ୍ଷ୍ୟ ।

ନିର୍ମାଣ ହେଉଥିବା ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଡ ସାରଦା ମିଶ୍ର ଓ ଶ୍ରିଲେଖା ମିଶ୍ର , ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଉଛନ୍ତି କୁମାର ସରୋଜ, ସଂଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢୀ ଦେଉଥିବା ବେଳେ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ , ଡ଼ ନିର୍ମଳ ନାୟକ ଓ ଜିତେନ୍ଦ୍ର ବରାଳ, କାହାଣୀଟି ଶ୍ରୀଲେଖା ମିଶ୍ରଙ୍କର ରହିଥିବା ବେଳେ ସଂଳାପ ଲେଖିଛନ୍ତି ଜିତେନ୍ଦ୍ର କୁମାର ବରାଳ।

Comments are closed.