www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ ଫେରିବାକୁ ଉଦ୍‍ବିଗ୍ନ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ଘୋଷିତ କିଙ୍ଗଫିସର ମାଲିକ ବିଜୟ ମାଲ୍ୟା ଏବେ ଭାରତ ଫେରିବାକୁ ଉଦ୍‍ବିଗ୍ନ ଅଛନ୍ତି। ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ମାଲ୍ୟା ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଜଣାପଡ଼ିଛି।
ମାଲ୍ୟାଙ୍କ ମାମଲାର ତଦନ୍ତ କରୁଥିବା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଦୁଇ ମାସ ହେଲା ମାଲ୍ୟା ଲଗାତାର ଚିଠି ଲେଖି ଚାଲିଛନ୍ତି। ଭାରତରେ ତାଙ୍କର ପ୍ରଭୂତ ସମ୍ପତ୍ତି ରହିଛି। ଫୁଜିଟିଭ୍‍ ଇକନୋମିକ୍‍ ଅଫେଣ୍ଡର୍ସ ଲ ଅଧୀନରେ ମାଲ୍ୟାଙ୍କର ସେହିସବୁ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଖୁବ୍‍ ଶୀଘ୍ର ମାଲ୍ୟା ଯଦି ଭାରତ ସରକାରଙ୍କ ନିକଟରେ ଆତ୍ମସମର୍ପଣ ନ କରନ୍ତି ତେବେ ସେହିସବୁ ସମ୍ପତ୍ତି ଫେରି ପାଇବା ଅସମ୍ଭବ।
ବିଭିନ୍ନ ବ୍ୟାଙ୍କରୁ ବିଜୟ ମାଲ୍ୟାଙ୍କ ମାଲିକାନାରେ ଥିବା କିଙ୍ଗଫିସର ଏୟାରଲାଇନ୍ସ ୯,୯୯୦ କୋଟି ଟଙ୍କାର ଋଣ ଭାରରେ ବୁଡ଼ିବା ପରେ ବନ୍ଦ ହୋଇଯାଇଛି। ଡେବ୍‍ଟ ରିକଭରି ଟ୍ରିବ୍ୟୁନାଲ୍‍ର ନିର୍ଦେଶ ଅନୁଯାୟୀ ମାଲ୍ୟା ମୂଳ ଋଣ ଆକାରରେ ୬,୨୦୩ କୋଟି ଟଙ୍କା ଓ ତା ଉପରେ ୧୧.୫% ହାରରେ ସୁଧ ପୈଠ କରିବେ। କିନ୍ତୁ ଋଣ ଓ ସୁଧ ପରିଶୋଧ ପାଇଁ ମାଲ୍ୟା ଧରାଛୁଅାଁ ଦେଉ ନଥିବାରୁ ଦେଶ ଓ ବିଦେଶରେ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ୧୩,୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଜଣାପଡ଼ିଛି। କୋର୍ଟଙ୍କ ନିର୍ଦେଶ ମୁତାବକ ଉକ୍ତ ସମ୍ପତ୍ତିକୁ ନିଲାମ କରି ମାଲ୍ୟାଙ୍କୁ ଋଣ ଦେଇଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ସେମାନଙ୍କ ଅର୍ଥ ଫେରାଯିବ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories